ଶ୍ରମିକ ଏକତା ମଞ୍ଚ ପକ୍ଷରୁ ଗଞ୍ଜାମ ଉତ୍ତରାଞ୍ଚଳ ଡିଭିଜନ ବିଦ୍ୟୁତ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
ଛତ୍ରପୁର,(ଦେବଦତ୍ତ ମହାରଣା): ବିଦ୍ୟୁତ ଭଳି ଅତି ଆବଶ୍ୟକୀୟ ସେବାକୁ ରାଜ୍ୟ ସରକାର ଘରୋଇକରଣ କରିଛନ୍ତି । ଫଳରେ ବିଦ୍ୟୁତ୍ ବଂଟନକାରୀ କମ୍ପାନୀ ମାନେ ଗ୍ରାହକଙ୍କୁ ଶୋଷଣ କରୁଛନ୍ତି । ବିଦ୍ୟୁତ ଭିତିଭୁମିର ବିକାଶ ଓ ମାନବ ସମ୍ବଳ ବୃଦ୍ଧି ନ କରି ଉନ୍ନତ ମାନର ବିଦ୍ୟୁତ ସେବା ଯୋଗାଇଦେବାରେ ଚରମ ଅବହେଳା ପ୍ରଦର୍ଶନ କରିଛନ୍ତି । ଟାଟା କମ୍ପାନୀକୁ ଏହି ସୁଯୋଗ ଦେଇଛନ୍ତି ସରକାର ।ଏଭଳି ନିଷ୍ପତ୍ତିକୁ ସାଉଥକୋ ଏମ୍ପେ୍ଲାଇଜ୍ , ଅଫିସର , ଶ୍ରମିକ ଏକତା ମଂଚ ତୀବ୍ର ବିରୋଧ କରିଛି । ଏନେଇ ଆଜି ଛତ୍ରପୁର ସ୍ଥିତ ଗଞ୍ଜାମ ଉତ୍ତରାଞ୍ଚଳ ଡିଭିଜନ ବିଦ୍ୟୁତ କାର୍ଯ୍ୟାଳୟ (ଜି.ଏନ.ଇ.ଡି)ସମ୍ମୁଖରେ ଏକତା ଶ୍ରମିକ ମଂଚ ପକ୍ଷରୁ ସମସ୍ତ କର୍ମଚାରୀ ଓ ଅଫିସର,ଆଉଟସୋର୍ସ କର୍ମଚାରୀ,ଇଞ୍ଜିନିୟର ମାନେ ଟାଟା ପାୱାର କୁ ବିରୋଧ କରିଛନ୍ତି । ଏହା ସହିତ ସମସ୍ତ ଅଫିସରସ୍ ୱାର୍କସ ମାନଙ୍କର ଚାକିରି ସର୍ତ୍ତାବଳୀରେ କୌଣସି ପରିବର୍ତ୍ତନ ନ ହେବା ସକାଶେ,ଏୟାରଷ୍ଟିକ ଅନୁଯାୟୀ ନୂତନ କର୍ମଚାରୀ ମାନଙ୍କୁ ଚାକିରୀ ପ୍ରଦାନ କରିବା,ରିଷ୍ଟ୍ରକ୍ଚରିଙ୍ଗ ଅନୁଯାୟୀ ସମସ୍ତ ଖାଲି ସ୍ଥାନ ପୂରଣ କରିବା, ଆଉଟସୋର୍ସ କର୍ମଚାରୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ଏବଂ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ପେନସନ୍ ସକାଶେ ନୂତନ ପାଣ୍ଠି ଗଠନ କରିବା ସକଶେ ଦାବୀ କରିଥିଲେ । ଏହି ବିକ୍ଷୋଭ ପ୍ରଦର୍ଶନ ରେ ଛତ୍ରପୁର ସହକାରୀ ଯନ୍ତ୍ରୀ ଇଂ ରାଜକୁମାର ବଲ୍ଲଭ,କନିଷ୍ଠ ଯନ୍ତ୍ରୀ (୧) ଇଂ ଉମାଶଙ୍କର ଦାଶ,କନଷ୍ଠ ଯନ୍ତ୍ରୀ (୨) ଇଂ ସୁଧୀର ଗୌଡ,ଫାଇନାନ୍ସ ଅଫିସର ପ୍ରକାଶ ପୁହାନ, କର୍ମଚାରୀ ସଂଘର ନେତା ବିଜୟ ପାତ୍ର,ଅଖିଳ ସ୍ୱାଇଁ ଓ କୀର୍ତ୍ତିରଞ୍ଜନ ଛଟେଇଙ୍କ ସମେତ ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।