ଶ୍ରମିକ ଓ କର୍ମଚାରୀଙ୍କ ନିମନ୍ତେ କୋଭିଡ୍‌ ଗାଇଡ୍ ଲାଇନ୍ ପାଳନ କରୁଛି ପିଆଇସିଟି

ପାରାଦ୍ୱୀପ (ପୀତବାସ ପ୍ରଧାନ) ; ସଂପ୍ରତ୍ତି କରୋନା ସମୟରେ ଦେଶର ବନ୍ଦର ସେବାକୁ ଅତ୍ୟାବଶ୍ୟକୀୟ ସେବା ଭାବେ ଘୋଷଣା କରିବା ପରେ ଦେଶରେ ଥିବା ସମସ୍ତ ବନ୍ଦର ଗୁଡିକ ରେ କାର୍ଯ୍ୟ ସ୍ୱାଭାବିକ ହୋଇଛି । ପାରଦ୍ୱୀପ ବନ୍ଦର ପାଞ୍ଚ ନମ୍ବର ଗେଟ୍ ଠାରେ କାର୍ଯ୍ୟ କରୁଥିବା ପାରାଦ୍ୱୀପ ଇଣ୍ଟରନେସନାଲ କାର୍ଗୋ ଟର୍ମିନାଲ ସରକାରଙ୍କର କୋଭିଡ୍‌-୧୯ ଗାଇଡ୍ ଲାଇନ୍‌କୁ କଡାକଡି ଭାବେ ପାଳନ କରୁଛି । ପିଆଇସିଟି ପକ୍ଷ୍ୟରୁ ଟର୍ମିନାଲ, ଷ୍ଟାଫବସ୍ ଓ ସମଗ୍ର ପିଆଇସିଟି ଅଞ୍ଚଳର ନିୟମିତ ସାନିଟାଇଜର କରାଯାଉଛି । ଟେ୍ ଓ ପ୍ରବେଶପଥ ରେ ଥର୍ମାଲ ସ୍କ୍ରିନିଙ୍ଗ କରାଯିବା ସହ ହ୍ୟାଣ୍ଡ ସାନିଟାଇଜର, ଗ୍ଳୋବ୍ସ, ନୋଜମାସ୍କ ପ୍ରତ୍ୟେକ କର୍ମଚାରୀଙ୍କୁ ପ୍ରଦାନ କରାଯାଇଥିବା ଅପରେଶନ ହେଡ୍ ବିଶ୍ୱଜିତ୍ ମିଶ୍ର କହିଛନ୍ତି । ଶ୍ର୍ରମକ୍ଷେତ୍ରକୁ ଆସୁଥିବା ପ୍ରତ୍ୟେକ ଶ୍ରମିକ, କର୍ମଚାରୀ ମାନଙ୍କୁ ମାଗଣାରେ ସକାଳେ, ମଧ୍ୟାହ୍ନରେ ଓ ରାତ୍ରିରେ ଭୋଜନ ପ୍ରଦାନ କରାଯାଉଛି । ଲକ୍‌ଡାଉନ୍ ଘୋଷଣା ହେବା ଦିନରୁ ପିଆଇସିଟି କର୍ତ୍ତୃପକ୍ଷ ଏହି କାର୍ଯ୍ୟକ୍ରମ ଜାରି ରଖିଥିବା ଟର୍ମିନାଲ ହେଡ୍ କ୍ୟାପ୍‌ଟେନ୍ ସତ୍ୟବ୍ରତ ଶତପଥି ଓ ଅପରେସନ୍ ମୁଖ୍ୟ ବିଶ୍ୱଜିତ୍ ମିଶ୍ର କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ