ଶ୍ରମିକ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ) : ଶ୍ରମିକ ସଙ୍ଗଠନ ଏଆଇଟିୟୁସି ଏବଂ ସିଆଇଟିୟୁ ପକ୍ଷରୁ ମିଳିତ ବୈଠକ ସିପିଆଇ(ଏମ)ର ପୂର୍ବତନ ଗଞ୍ଜାମ ଜିଲା ସମ୍ପାଦକ କୈଳାସ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମେ ୧ ତାରିଖରେ ବିଶ୍ଵ ଶ୍ରମିକ ଦିବସ ପାଳନ କରାଯିବା ନିମନ୍ତେ ବୈଠକରେ ଆଲୋଚନା କରାଯାଇ ପ୍ରସ୍ତାବ ଗୃହୀତ କରାଯାଇଛି। ଦିଗପହଣ୍ଡି ବଜାର ଗାନ୍ଧୀ ଛକରେ ଜନସଭା ଓ ସମାବେଶ କରାଯିବା ସହ ପାର୍ଟିର ପତାକା ଉତ୍ତୋଳନ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଶ୍ରମିକ ସଙ୍ଗଠନ ଏଆଇଟିୟୁସିର ଗଞ୍ଜାମ ଜିଲା ସମ୍ପାଦକ ଅଳକ ନାଥ ମିଶ୍ର, ମୂଷା ବେହେରା, କୃଷ୍ଣ ବେହେରା ଏବଂ କେ.ମୋହନ ରାଓ ପ୍ରମୁଖଙ୍କ ଉପସ୍ଥିତରେ ବିଭିନ୍ନ ଆଲୋଚନା କର ଯାଇଥିଲେ।


