ଶ୍ରମିକ ବଦଳରେ ମେସିନ କରୁଛି ମନରେଗା କାମ

କର୍ଲାମୁଣ୍ଡା, (ଯୁଗାବ୍ଦ ନ୍ୟୁଜ):ଗରିବ ଖଟିଖିଆଙ୍କୁ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସୁଦୃଢ କରିବା ପାଇଁ ୨୦୦୫ ମସିହାରେ କାର୍ଯ୍ୟକାରୀ ହୋଇଥିଲା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା । ଯୋଜନା ଅନୁଯାୟୀ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଗଲା । ଏହା ସହ କାମ ବି ଯୋଗାଇ ଦିଆଯାଉଛି ସତ କିନ୍ତୁ ଏଠି ମଣିଷ ନୁହଁ, ମଣିଷ ବଦଳରେ ମେସିନ କରୁଛି କାମ । ତେବେ ଗତ କିଛି ବର୍ଷ ହେଲା କଳାହାଣ୍ଡି ଜିଲ୍ଲା ମନରେଗା ଯୋଜନାରେ ଦୁର୍ନୀତିର ପୃଷ୍ଠା ବଢ଼ି ଚାଲିଥିବା ବେଳେ ଜିଲ୍ଲାର କର୍ଲାମୁଣ୍ଡା ବ୍ଲକରେ ମଧ୍ୟ ମନରେଗା ଯୋଜନାରେ ଦୁର୍ନୀତି ସୀମା ଲଙ୍ଘି ଲଙ୍ଘି ଚାଲିଛି । ରାଜ୍ୟ ଓ କେନ୍ଦ୍ର ସରକାର ସ୍ୱଚ୍ଛ ଭାବ ମୂର୍ତି ଗଢିବା ପାଇଁ ଦୁର୍ନୀତି କୁ ମୂଳ ପୋଛ ଉଦ୍ଦେଶ୍ୟରେ ଅନେକ ପଦକ୍ଷେପ ନେଉଥିବା ବେଳେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅଧିନସ୍ଥ ରିଷିଡା ଗ୍ରାମ ପଂଚାୟତରେ ଦୁର୍ନୀତି କମିବାର ନା ଧରୁ ନାହିଁ । ଶ୍ରମିକ ମାନଙ୍କୁ କାମ ଯୋଗାଇବା ଉଦ୍ଦେଶ୍ୟରେ ଆର୍ଥିକ ବର୍ଷ ୨୦୨୨-୨୩ ମସିହା ରେ କାର୍ଯ୍ୟ ସଂଖ୍ୟା ନଂ-୨୪୧୦୦୦୫୦୦/ଡବ୍ଲୁସି /୧୦୧୪୫୪୫୪୨୧ ରେ ସର୍ବମୋଟ ୧୦ ଲକ୍ଷ ୩ ହଜାର ୪ଶହ ୯୮ ଟଙ୍କା ରିଷିଡା ଗ୍ରାମର ତଳି ବନ୍ଧ ପୁନଃରୁଦ୍ଧାର ପାଇଁ ମନରେଗା ଯୋଜନାରେ ସରକାରୀ ସ୍ତରରେ ମଂଜୁର ହୋଇଥିଲା । କିନ୍ତୁ ଶ୍ରମିକ ଦ୍ୱାରା କାର୍ଯ୍ୟ କରିବା ବଦଳରେ ଲାଭ ଖୋର ମନବୃତି ରଖି ମେସିନ ମାଧ୍ୟମରେ କାର୍ଯ୍ୟ ଶେଷ କରି ଟଙ୍କା ହଡପ କରିବା ପାଇଁ ଯୋଜନା କରିଥିବା ଅଭିଯୋଗ ହେଇଛି । ଫଳରେ ଅଂଚଳର ଶ୍ରମିକ ମାନଙ୍କୁ କାମ ନ ମିଳିବା ରୁ ଅନ୍ୟ ରାଜ୍ୟକୁ ଦାଦନ ଖଟିଯିବା ପାଇଁ ବାଧ୍ୟ ହେଉଛନ୍ତି । ନିମ୍ନ ମାନର କାମ କରିବା ସହ ଜବ କାର୍ଡ ଧାରୀ ଶ୍ରମିକ ମାନଙ୍କୁ କିଛି ହାତ ଗୁଂଜା ଦେଇ ଟଙ୍କା ହଡପ୍ କରୁଥିବା ଅଭିଯୋଗ ହେଉଛି । ତେବେ ଉକ୍ତ କାର୍ଯ୍ୟକୁ ବିଭାଗୀୟ ସହକାରୀ କି କନିଷ୍ଠ ଯନ୍ତ୍ରୀ ମଧ୍ୟ ଠିକ ଭରେ ତଦାରଖ କରିନାହାନ୍ତି ବୋଲି ମଧ୍ୟ ଅଭିଯୋଗ ହେଉଛି । ଅନ୍ୟପଟେ ଗ୍ରାମ ପଂଚାୟତର ସରକାରୀ କର୍ମଚାରୀ ଙ୍କ ଠୁ ଆରମ୍ଭ କରି ବ୍ଲକ଼୍ ପ୍ରଶାସନର କିଛି ଅଧିକାରୀ ମାନେ ଠିକାଦାର ସହ ସଲାସୁତୁରା ହୋଇ ସରକାରୀ ଟଙ୍କା ହଡପ କରୁଥିବା ଅଭିଯୋଗ ହେଇଛି । ଏନେଇ ଆମେ ରିଷିଡା ଗ୍ରାମ ପଂଚାୟତର ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ନରେନ୍ଦ୍ର କିଷାନ ଓ ସହକାରୀ ଯନ୍ତ୍ରୀ ସନ୍ଦୀପ ନାଏକ ଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିବାରୁ ଫୋନ ଗ୍ରହଣ କରିନଥିଲେ । ତେବେ ରାଜ୍ୟ ସରକାର ମୋ ସରକାର ମାଧ୍ୟମରେ ଦୁର୍ନୀତି ହ୍ରାସ ପାଉଥିବା କଥା କହୁଥିବା ବେଳେ କିନ୍ତୁ ଏହି ବ୍ଲକ଼୍ ରେ ଦୁର୍ନୀତିର ଚେର ଲମ୍ବି ଚାଲିଛି । ଉକ୍ତ କାର୍ଯ୍ୟ କରୁଥିବା ଠିକାଦାରମାନେ ଶାସକ ଦଳର କର୍ମୀ ହେଇଥିବାରୁ ବ୍ଲକ଼୍ ପ୍ରଶାସନ ମଧ୍ୟ ଜାଣି ଶୁଣି ନିରବ ରହୁଥିବା ଅଭିଯୋଗ ହେଉଛି । କିଛି ମାସ ତଳେ ସୁଶ୍ରୀ ସୁଚାରିତା ମୁଗ୍ରୀ ବ୍ଲକ଼୍ ଉନ୍ନୟନ ଅଧିକାରୀ ଭାବେ ଯୋଗଦେବା ପରେ ପ୍ରଥମ କରି ରିଷିଡା ଗ୍ରାମ ପଂଚାୟତର କିଛି ଗ୍ରାମ କୁ ଯାଇ ଅଣ କୁଶଳୀ ଶ୍ରମିକ ମାନଙ୍କ ସହ ମନରେଗା ଯୋଜନାରେ କାର୍ଯ୍ୟ କରିବା ପାଇଁ ଆଲୋଚନା କରିଥିଲେ । କିନ୍ତୁ ଶ୍ରମିକମାନେ ଏବେ କାମ କରିବା ବଦଳରେ ଠିକାଦାରଙ୍କ କବ଼୍ଜାରେ ମେସିନ କରୁଛି କାମ । ତେବେ ବ୍ଲକ଼୍ ପ୍ରଶାସନ ଏହାରି ଉପରେ କେବେ ତଦନ୍ତ କରୁଛି ନା ବଡ଼ବଡିଆବାବୁଙ୍କ ଚାପରେ ଚାପି ହୋଇ ଯାଉଛି ତାହା ଦେଖିବାକୁ ବାକି ରହିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ