ଶ୍ରମିକ ସଂଗଠନରେ ଅସହାୟ ହେଲେ ବାପି ସାରଖେଲ
ପାରାଦ୍ୱୀପ, (ପୀତବାସ ପ୍ରଧାନ):ପାରାଦ୍ୱୀପ ଶିଳ୍ପାଞ୍ଚଳ ଶ୍ରମିକ ସଂଘ ର ଉପସଭାପତି ତଥା ପାରାଦ୍ୱୀପ ବନ୍ଦରର ପୂର୍ବତନ ଟ୍ରଷ୍ଟି ପରେଶ ମୁର୍ମୁ ଶ୍ରମିକ ସଂଘରୁ ଇସ୍ତଫା ଦେଇଛନ୍ତି, ଏହି ସଂଘ ର ସଭାପତି ହେଉଛନ୍ତି ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇ ହାରିଥିବା ଅରିନ୍ଦମ ସାର୍ଖେଲ (ବାପି), ନିଜ ଇସ୍ତଫା ସଂପର୍କ ରେ ପରେଶ କହିଛନ୍ତି ବାପି ସାର୍ଖେଲଙ୍କ କଥା ଓ କାମ ଅଲଗା ଅଲଗା ଶ୍ରମିକ ମାନଙ୍କ ହିତ ପାଇଁ ଯେଉଁ ପ୍ରସ୍ତାବ ଦେଲେି ସେ ତାକୁ ବିରୋଧ କଲେ।ସର୍ବଭାରତୀୟ ବନ୍ଦର ଧର୍ମଘଟ ବେଳେ ନିର୍ଦ୍ଧାରିତ ସମୟ ପୂର୍ବରୁ ଧାରଣା କୁ ହଟେଇ ନେବା ପଛରେ ତାଙ୍କର ହାତ ଥିଲା । ଶ୍ରମିକ ମାନଙ୍କ ପାଇଁ ଦିନେ ଟିଏ ବି ଆଲୋଚନା କରିନାହାଁନ୍ତି।କେବେ ହେଲେ ବି ଦିନେ ପ୍ରଶାସନ ବିରୋଧ ରେ ପଦୁଟିଏ ବି କହି ନାହାଁନ୍ତି।ତେବେ ଶ୍ରମିକ ମାନଙ୍କ ର ଉନ୍ନତି ହେବ ବହୁ ଚିନ୍ତା କରି ସେ ବାପିଙ୍କ ନେତୃତ୍ୱାଧିନ ଶ୍ରମିକ ସଂଘ ଓ ଡିଏଲଆର୍ ସଂଘରୁ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି ଟ୍ରଷ୍ଟି ନିର୍ବାଚନରେ ଡିଏଲାର ଭାଇ ଭଉଣୀ ମାନେ ବହୁଳ ଭାବେ ସହଯୋଗ କରିଥିଲେ।ସେମାନଙ୍କ ପାଇଁ ଦିନେ ହେଲେ ବି ଆଲୋଚନା ନ କରିବା ଦୁଖ ଓ ପରିତାପର କଥା ବୋଲି ପରେଶ କହିଛନ୍ତି ।


