ଶ୍ରମିକ ସଂଗଠନ ଏବଂ ସଂଯୁକ୍ତ କୃଷକ ମୋର୍ଚ୍ଚାର ଆସନ୍ତା ୧୬ ଫେବୃଆରୀ ଧର୍ମଘଟକୁ ବିଭିନ୍ନ ରାଜନୈତିକ ଦଳର ସମର୍ଥନ

ବାଲେଶ୍ୱର, (ସରୋଜ ପଣ୍ଡା):ମିଳିତ କେନ୍ଦ୍ରୀୟ ଟ୍ରେଡ଼୍ ୟୁନିଅନ୍‌, ସ୍ୱାଧୀନ ଫେଡେରେସନ୍‌, ବିଭିନ୍ନ ଏସୋସିଏସନ୍ ଏବଂ ସଂଯୁକ୍ତ କୃଷକ ମୋର୍ଚ୍ଚା ତରଫରୁ ‘ଦରଦାମ୍ ବୃଦ୍ଧି, ବେକାରୀ ବୃଦ୍ଧି ସାଙ୍ଗକୁ ଶ୍ରମ ଆଇନ୍ ପରିବର୍ତ୍ତନ ବିରୁଦ୍ଧରେ ଚାଷର ସର୍ବନିମ୍ନ ସହାୟକ ମୂଲ୍ୟ ସ୍ୱାମୀନାଥନ କମିଟି ସୁପାରିସ୍ ଅନୁଯାୟୀ ଆଇନ୍ ପରିଣତ କରିବା ସହିତ ୨୧ ଦଫା ଦାବି ସହିତ ‘ମୋଦୀ ହଟାଅ-ଦେଶ ବଞ୍ଚାଅ’ ଦାବି ଉପରେ ଦେଶତମାମ ସାଧାରଣ ଧର୍ମଘଟ ଆହ୍ୱାନକୁ ଆଜି ଜାତୀୟ କଂଗ୍ରେସ୍‌, ସି.ପି.ଆଇ, ସି.ପି.ଆଇ(ଏମ୍‌), ଫରୱାର୍ଡ଼ ବ୍ଲକ୍ ଏବଂ ତୃଣମୂଳ କଂଗ୍ରେସ୍ ଦଳ ବାଲେଶ୍ୱର ଠାରେ ବରିଷ୍ଠ ବାମପନ୍ଥୀ ନେତା ଗୌରାଙ୍ଗ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ସି.ପି.ଆଇ.(ଏମ୍‌) କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇ ଏହି ଆନ୍ଦୋଳନକୁ ସମର୍ଥନ ଜ୍ଞାପନ କରାଯାଇଛି ।ଜିଲ୍ଲାର ସମସ୍ତ ଶିଳ୍ପ-କାରଖାନା ଶ୍ରମିକ, ବିଭିନ୍ନ ସ୍କିମ୍‌ରେ ଥିବା ଶ୍ରମିକ କର୍ମଚାରୀ, କୃଷି ଶ୍ରମିକ ଓ ଅସଂଗଠିତ ଶ୍ରମିକମାନେ ଧର୍ମଘଟରେ ସାମିଲ ହେବେ । ଗ୍ରାମାଞ୍ଚଳରେ କୃଷକ ସଂଗଠନମାନେ ୧୬ ଫେବୃଆରୀ, ୨୦୨୪ ସାଧାରଣ ଧର୍ମଘଟକୁ ସଫଳ କରାଇବେ ବୋଲି ଆଜିର ବୈଠକରେ ଘୋଷଣା କରାଯାଇଛି । ଆଜିର ଏହି ବୈଠକରେ ଜାତୀୟ କଂଗ୍ରେସର ଜିଲ୍ଲା ସଭାପତି ସଂଜୀବ ଗିରି, ଆଇ.ଏନ୍‌.ଟି.ୟୁ.ସି ସଭାପତି ସୁରେଶ ବେହେରା, ସି.ପି.ଆଇ(ଏମ୍‌) ଜିଲ୍ଲା ସଂପାଦକ ଶିଶିର ହୁଇ, ନିର୍ମଳ ନାୟକ, ଶ୍ୟାମସୁନ୍ଦର ଜେନା, ସି.ପି.ଆଇ. ଜିଲ୍ଲା ନେତୃତ୍ୱ ଶ୍ୟାମସୁନ୍ଦର ଜେନା, ଫରୱାର୍ଡ଼ ବ୍ଲକ୍‌ର ନେତା ସର୍ବେଶ୍ୱର ମିଶ୍ର, ତୃଣମୂଳ କଂଗ୍ରେସର ନେତା ନଂଦନ ପାଲ, ସେକ୍ ଅବଦୁଲ ତାରିବ୍‌, ସେକ୍ ରହମତ୍‌, ସାଜନ ସାହା ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ