ଶ୍ରମିକ ସମସ୍ୟା ନେଇ ପ୍ରଶାସନ, ମାଲିକ ଓ ଶ୍ରମିକ ସଂଘର ବୈଠକ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ଦରଦାମ ବେଲଗାମ ।କମ୍ ମୂଲ ନେଇ ପରିବହନ ଶ୍ରମିକ ମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ । ସୂଚନାଯୋଗ୍ୟ ପରିବହନ କ୍ଷେତ୍ରରେ ଯଥା ସିମେଣ୍ଟ , ଲୁହାଛଡ଼, ଆଳୁ, ଧାନ, ସାର ପ୍ରଭୃତିରେ କାମ କରୁଥିବା ପରିବହନ ଶ୍ରମିକମାନେ ବସ୍ତା ପିଛା କମ ପାରିଶ୍ରମିକ ଅର୍ଥ ପାଉଛନ୍ତି । ତେଣୁ ବସ୍ତା ପିଛା ୫ଟଙ୍କା ମୂଲ ଦାବି କରିବା ନେଇ ଏପ୍ରିଲ୍ ମାସ ୧୭ ତାରିଖ ଦିନ ମହାକାଳ ଶ୍ରମିକ ସଂଘ ତରଫରୁ ରାଇରଙ୍ଗପୁର ସହରରେ ଏକ ବିଶାଳ ଶୋଭାଯାତ୍ରା ପରିକ୍ରମା କରିଥିଲା । ଶ୍ରମିକ ମାନଙ୍କ ସମସ୍ୟା ନେଇ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ଉପଜିଲ୍ଲାପାଳଙ୍କ ଶ୍ରୀଯୁକ୍ତ ସରୋଜ କୁମାର ଦାସଙ୍କ ସଭାପତିତ୍ବରେ ପରିବହନ ଶ୍ରମିକ, ସିମେଣ୍ଟ, ଆଳୁ, ଲୁହାଛଡ଼, ସାର ଗୋଦାମରେ ମାଲିକ ଏବଂ ଶ୍ରମିକଙ୍କ ସହ ଏକ ବୈଠକରେ ଆଲୋଚନା ହୋଇଥିଲା । ଏଥିରେ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ହୋଇଥିଲା ଜିଲ୍ଲାରେ ଉଦଳା,ବାରିପଦା,କରଂଜିଆ ଏବଂ ରାଇରଙ୍ଗପୁର ସମେତ ବିଭିନ୍ନ ସ୍ଥାନରେ ଯେଉଁଠାରେ ପରିବହନ ଶ୍ରମିକ ମାନଙ୍କୁ ବସ୍ତା ପିଛା ସବୁଠାରୁ ଅଧିକ ମୂଲ୍ୟ ଦିଆଯାଉଥିବା ତାହାହିଁ କାର୍ଯ୍ୟକାରୀ ହେବ । ଏହାକୁ ସମସ୍ତେ ମାନିବାକୁ ବାଧ୍ୟ ।ଏହି ବୈଠକରେ ବିକାଶ ଭୁତ,ତାରା ଅଗ୍ରୱାଲ,ରମେଶ ଅଗ୍ରୱାଲ,ସୁରେଶ ଅଗ୍ରୱାଲ, ଗୋପାଲ ସାରଡା,କାଲୁ ଚାନ୍ଦଗୋଟିଆ, ରିଙ୍କୁ ଭୁତ ଏବଂ ମହାକାଳ ଶ୍ରମିକ ସଂଘ ନେତା ରାଜେଶ ବେହେରା ଏବଂ ସାଥୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ