ଶ୍ରମ କରି ପାରିଶ୍ରମିକ ପାଉନାହାନ୍ତି ଶ୍ରମିକ

କଳାହାଣ୍ଡି (ଯୁଗାବ୍ଦ ନ୍ୟୁଜ)ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ କେରପାଇ ଗ୍ରାମପଞ୍ଚାୟତରେ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର‌୍ୟ୍ୟକ୍ରମରେ ବ୍ୟାପକ ଅନୀୟମିତତା ହୋଇଥିବା ଅଭିଯୋଗ ଆସିଛି।ଏହି ପଞ୍ଚାୟତର କାର‌୍ୟ୍ୟ ନିର୍ବାହୀ ଯନ୍ତ୍ରୀ ଓ ପି ଇ ଓ ଙ୍କ ମନମୁଖି କାର‌୍ୟ୍ୟ ଏବଂ କିଛି ଅସାଧୁ ବ୍ୟକ୍ତିଙ୍କ ଇଙ୍ଗିତରେ ବହୁ ଉନ୍ନୟନ ମୂଳକ କାର‌୍ୟ୍ୟରେ ଅର୍ଥ ହରିଲୁଟ ହୋଇଥିବା ଗନ୍ଧ ବାରିହେଉଛି।ଏହି ପଞ୍ଚାୟତର ମେଲରପା, ପୋଡାପାଇ , ସରଗିପଦର , ମୁର୍ଲିମୁଇ , କାଚେଲେଖା , ତରାମୁଣ୍ଡି ଓ କେରପାଇ ଗାଁରେ ହୋଇଥି ଭିନ୍ନଭିନ୍ନ ଉନ୍ନୟନ ମୂଳକ କାର‌୍ୟ୍ୟରେ ନିୟୋଜିତ ଶ୍ରମିକଙ୍କ ପାରିଶ୍ରମିକ ପାଉଣା ପାଇବାରେ ବିଳମ୍ବକୁ ଦେଖି ଆଶଙ୍କାରେ ଗରିବ ଖଟିଖିଆ ମଜୁରୀଆ। କାର‌୍ୟ୍ୟ ସମାପ୍ତ ହୋଇ ମାସମାସ ବର୍ଷବର୍ଷ ବିତିଯାଉଥିଲେ ମଧ୍ୟ କାର‌୍ୟ୍ୟରେ ନିୟୋଜିତ କୁଲିମଜୁରୀଆଙ୍କ ମଜୁରୀ ମିଳୁନାହିଁ।ଏଭଳି ଅଭିଯୋଗ ଆଣିଛନ୍ତି ଏସବୁ ଗ୍ରାମବାସୀ। ସରକାର ଦୈନିକ ମଜୁରୀ ୧୯୦ ଟଙ୍କା ରଖିଥିବା ବେଳେ ୧୦୦ ଟଙ୍କା ମଜୁରୀ ଦେଉଥିବା ଅଭିଯୋଗ ମଧ୍ୟ ଆସିଛି।ମେଲରପା ଗାଁରେ ୨୦୧୬/୧୭ ଆର୍ଥିକ ବର୍ଷରେ ୮୮ ହଜାର ଟଙ୍କା ଓ ୧ ଲକ୍ଷ ଟଙ୍କାର ପୃଥକ ପୃଥକ ହୋଇଥିବା ଦୁଇଟି ଡ୍ରେନ କାର‌୍ୟ୍ୟ ସମ୍ପୂର୍ଣ୍ଣ ହୋଇସାରିଥିଲେ ମଧ୍ୟ ଆଜିଯାଏଁ ଗ୍ରାମର କୁଲିମଜୁରୀ ଟଙ୍କାଟିଏ ମଧ୍ୟ ପାଇନଥିବା କହିଛନ୍ତି ଗ୍ରାମବାସୀ।୨୦୧୮/୧୯ ଆର୍ଥିକ ବର୍ଷରେ ଏହି ଗାଁର ମାଝୀପଡାରେ ଏକ ଲକ୍ଷ ଟଙ୍କା ବ୍ୟୟରେ ହୋଇଥିବା କାର‌୍ୟ୍ୟର ମଜୁରୀ ପାଇନାହାନ୍ତି।ସେହିଭଳି ପୋଡାପାଇରେ ୨୦୧୭/୧୮ ଆର୍ଥିକ ବର୍ଷରେ ଡ୍ରେନ୍ ସହ କଙ୍କ୍ରିଟ ରାସ୍ତା ନିର୍ମାଣ ହୋଇସାରିଛି କେତେଟଙ୍କା ବ୍ୟୟରେ ହୋଇଛି ଉକ୍ତ ଗ୍ରାମବାସୀ ଜାଣି ନାହାଁନ୍ତି ଏବଂ କାମକରି ଟଙ୍କା ମଧ୍ୟ ପାଇନାହାନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ