ଶ୍ରମ କାର୍ଡ କରି ଶ୍ରମିକ ଙ୍କ ଠାରୁ ଅର୍ଥ ଆଦାୟ ଅଭିଯୋଗ
ନିମାପଡା, (ସନ୍ତୋଷ ଦାଶ):ଶ୍ରମିକ ମାନଙ୍କ ସାମାଜିକ ସୁରକ୍ଷାପାଇଁ କେନ୍ଦ୍ର ସରକାର ଶ୍ରମ କାର୍ଡ ର ବ୍ୟବସ୍ଥା କରିଛନ୍ତି। ଶ୍ରମିକ ମାନେ ଅନ ଲାଇନ ଯୋଗେ ଯେ କୌଣସି ଜନସେବାକେନ୍ଦ୍ର ଠାରେ ନିଜର ଆଧାର କାର୍ଡ, ଫଟୋ, ସମସ୍ତ ପାରିବାରିକ ବିବରଣୀ ଦେଇ ଇ – ଶ୍ରମ କାର୍ଡ ମାଗଣା ରେ କରି ପାରିବାର ନିୟମ ରହିଛି । ଏହି କାର୍ଡ କଲେ ଶ୍ରମିକ ମାନଙ୍କ ସମସ୍ତ ବିବରଣୀ ସରକାର ଙ୍କ ପାଖରେ ରହିବା ସହିତ ଶ୍ରମିକ ମାନେ ନିଜର ସାମାଜିକ ସୁରକ୍ଷାମଧ୍ୟ ପାଇପାରିବେ। କୌଣସି ଶ୍ରମିକ ଙ୍କ ର ଅକାଳ ମୃତ୍ୟୁ ଘଟିଲେ ତାଙ୍କ ପରିବାର ବା ଉତ୍ତରା ଧିକାରୀ ସରକାର ଘୋଷଣା କରିଥିବା ବୀମା ରାଶି ଓ ସହାୟତା ରାଶି ସୁବିଧାରେ ପାଇପାରିବେ । ଏହି କାରଣ ରୁ ଏବେ ସମସ୍ତେ ନିକଟସ୍ଥ ଜନସେବା କେନ୍ଦ୍ର ରେ ଭିଡ ଜମାଇ ଇ- ଶ୍ରମ କାର୍ଡ କରିବାରେ ଲାଗିପଡିଛନ୍ତି। ଏହାର ସୁଯୋଗ ନେଇ ଇ- ଶ୍ରମ କାର୍ଡ ମାଗଣାରେ କରାଯିବାକୁ ନିୟମ ଥିଲେ ମଧ୍ଯ ଜନସେବା କେନ୍ଦ୍ର ଗୁଡ଼ିକ ରେ ଶ୍ରମିକ ମାନଙ୍କ ଠାରୁ ୬୦ଟଙ୍କା ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ଆଦାୟ କରାଯାଉଛି। ଚାରିଛକ, ତୁଳସୀପୁର, ଅମରେଶ୍ୱର,
ଆଳୁଦଣ୍ଡାପାଟଣା,ସାଇଲୋତମ୍ପାଳୋ କଳାପାଞ୍ଚଣ, ନିମାପଡା, କାକଟପୁର, ଅସ୍ତରଙ୍ଗ ପ୍ରଭୃତି ବଜାର ରେ ଥିବା ଜନ ସେବାକେନ୍ଦ୍ର ଗୁଡ଼ିକରେ ଇ- ଶ୍ରମ କାର୍ଡ କରାଇଦେବା ଆଳ ରେ ଶ୍ରମିକ ମାନଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ହେଉଥିଲେ ମଧ୍ୟ ଶ୍ରମ ବିଭାଗ ଅଥବା ସ୍ଥାନୀୟ ପ୍ରଶାସନ
କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାଁନ୍ତି । ପୁରୀ ଜିଲ୍ଲା ପ୍ରଶାସନ ତୁରନ୍ତ ଏଦିଗରେ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ସାଧାରଣ ରେ ଦାବି ହେଉଛି ।