ଶ୍ରମ ବିଭାଗର ଟାଳଟୁଳ ନୀତି ଅଣଶ୍ରମିକ ହାତେଇଲେ ସହାୟତା ତଦନ୍ତ ଦାବୀ

ବାଲିଗୁଡା, (ସଞ୍ଜୟକୁମାର ପାଣିଗ୍ରାହୀ) ଲକଡ଼ାଉନ ପ୍ରଭାବିତ ନିର୍ମାଣ ଶ୍ରମିକଙ୍କୁ ଦିଆଯାଉଥିବା ସରକାରୀ ସହାୟତା ପ୍ରଦାନରେ କନ୍ଧମାଳ ଜ଼ିଲ୍ଲାରେ ଶ୍ରମବିଭାଗର ଖାମଖିଆଲି ମନବୃତ୍ତି ତଥା ଟାଳ ଟୁଳ ନୀତିଯୋଗୁଁ ଜ଼ିଲ୍ଲାର ବହୁଶ୍ରମିକ ବାଦପଡି ଥିବା ଅଭିଯୋଗ ହେଉଛି l ଲକଡ଼ାଉନରେ ନିର୍ମାଣ ଶ୍ରମିକଙ୍କ କାମ ବନ୍ଦହୋଇଥିବାରୁ ବହୁ ଦୁଃଖକଷ୍ଟରେ କାଳକାଟୁଛନ୍ତି ଶ୍ରମିକ l ସରକାର ସାହାଯ୍ୟ ପାଇଁ ପଞ୍ଜିକୃତ ପ୍ରଭାବିତ ଶ୍ରମିକଙ୍କୁ ଏକ ହଜାର ଟଙ୍କା ଲେଖାଏ ସାହାଯ୍ୟ କରିଛନ୍ତି l ଏଥିରେ ବହୁ ଅସଲି ଶ୍ରମିକ ବାଦପଡିଥିବା ବେଳେ ଅଣଶ୍ରମିକ କାର୍ଡ ହାତେଇ ଶ୍ରମିକ ପାଇଁ ଆସୁଥିବା ସହାୟତାକୁ ହାତେଇ ଥିବା ଅଭିଯୋଗ ହେଉଛି l ନିର୍ମାଣ ଶ୍ରମିକଙ୍କ ସହାୟତା ହାତେଇ ଥିବା ଅନେକ ଲୋକ ଅଣଶ୍ରମିକ ହୋଇଥିବା ଅଭିଯୋଗ ହେଉଛି l ବାଲିଗୁଡା ଏନଏସି ସମେତ ବ୍ଲକର ବିଭିନ୍ନ ପଞ୍ଚାୟତ ରେ ଅସଲି ଶ୍ରମିକ ସହାୟତା ରୁ ବାଦପଡି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l କିଛି ଶ୍ରମିକ ବାଲିଗୁଡା ଏନଏସି ରେ ବହୁଦିନ ହେବ ପୁନଃ ଆବେଦନ କରିଥିଲେ ସୁଦ୍ଧା ସେମାନଙ୍କୁ ସାହାଯ୍ୟ ସହଯୋଗ ମିଳିପାରିନାହିଁ l ଅଣଶ୍ରମିକଙ୍କ ମଧ୍ୟରେ କିଛି ବ୍ୟବସାୟୀ ଓ ସରକାରୀ ଚାକିରୀଆ ଙ୍କ ସ୍ତ୍ରୀଥିବା ଅଭିଯୋଗ କରିଛନ୍ତି ଶ୍ରମିକ l କନ୍ଧମାଳ ଜ଼ିଲ୍ଲାପାଳ ଏହାର ଵିଧିବଦ୍ଧ ତଦନ୍ତକରି ବାଦ ପଡ଼ିଥିବା ଅସଲି ଶ୍ରମିକଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବା ଆବଶ୍ୟକତା ରହିଛି, ନଚେତ ଶ୍ରମିକ ସଂଗଠନ ରାଜରାସ୍ତାକୁ ଓହ୍ଲାଇବା ସହ ଆନ୍ଦୋଳନ କରିବାକୁ ଶ୍ରମିକ ନେତା ଚେତାବନୀ ଦେଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ