ଶ୍ରମ ମନ୍ତ୍ରୀଙ୍କ ଦ୍ୱରା ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ବ୍ଲକର ୯ ଗୋଟି ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି ଓ ସମସ୍ୟା ବିଷୟ ନେଇ ଡିସେମ୍ବର ୧୨ ତାରିଖ ଦିନ ଓଡିଶା ସରକାରଙ୍କ ମାନ୍ୟବର ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ସମୀକ୍ଷା କରିଥିବା ଜଣାପଡିଛି। ମାନ୍ୟବର ମନ୍ତ୍ରୀ ଅରଖପୁର, ବାଲିପଦର, ପୋଚାଲୁଣ୍ଡି, ଖୋଳଖାଳି, ପାଙ୍ଗିଡି, କରଚୁଲି, କରସିଙ୍ଗି, ଭାଗବାନପୁର ଓ ମାଣିତରା ମୋଟ ୯ ଗୋଟି ଗ୍ରାମ ପଞ୍ଚାୟତର ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ବିଭିନ୍ନ କାର୍ଯ୍ୟର ଅଗ୍ରଗତି ଓ କେତେକ କାର୍ଯ୍ୟରେ ଥିବା ସମସ୍ୟା ବିଷୟରେ ଆଲୋଚନା କରି ଉନ୍ନୟନ ମୂଳକ କାର୍ଯ୍ୟ ଶୀଘ୍ର ସମାପ୍ତ କରିବାକୁ ପରାମର୍ଶ ଦେଇଥିଲେ। ସମୀକ୍ଷା ବୈଠକରେ ବୁଗୁଡା ବ୍ଲକ ବିଡ଼ିଓ ବାସୁଦେବ ନାୟକ, ସହକାରୀ ଯନ୍ତ୍ରୀ ଇଂ ସଶ୍ମିତା କର, ଅଧ୍ୟକ୍ଷା ଙ୍କ ପ୍ରତିନିଧି କେ.ନୀଳମାଧବ ଆଚାରୀ, ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ସାଂସଦ ପ୍ରତିନିଧି କବିରାଜ ଗୌଡ଼, ୪୧ ନଂ ଜିଲ୍ଲା ପରିଷଦ ସଦସ୍ୟାଙ୍କ ପ୍ରତିନିଧି ଟୁକୁନା ସ୍ବାଇଁ, ସମସ୍ତ କନିଷ୍ଠ ଯନ୍ତ୍ରୀ ଏବଂ ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ , ବ୍ଲକ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ