ଶ୍ରାଚି ପକ୍ଷରୁ ମେଡ୍ ଇନ୍ ଇଣ୍ଡିଆ ପାୱାର ଟିଲର ‘ଶ୍ରାଚି ଭିରାଟ-୧୩ଏଚ୍‌ପି’ର ବଜାର ପ୍ରବେଶ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ଦେଶରେ ପାୱାର ଟିଲର, ୱିଡର ଏବଂ ସହଯୋଗୀ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ବିଟିଏଲ୍ ଇପିସି ଲିଃ. ଶ୍ରାଚି ଏଗ୍ରିମେକ୍ ପକ୍ଷରୁ ମେଡ୍ ଇନ୍ ଇଣ୍ଡିଆ ପାୱାର ଟିଲର ଶ୍ରାଚି ଭିରାଟ-୧୩ ଏଚ୍‌ପିର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । କୃଷି ଓଡ଼ିଶାରେ ଏହା ଉଦ୍‌ଘାଟନୀ ଉତ୍ସବରେ ଓଏଫ୍‌ଏମ୍‌ଆର୍‌ଡିିସିର ଡେଭଲପ୍‌ମେଂଟ୍ ଇଞ୍ଜିନିୟର ଇ. ଭଗବାନ ସୋରେନ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ଏମ୍‌ଡି ରବି ଟୋଡି ଏବଂ ବିଜନେସ୍ ହେଡ୍ ସୁମିତ୍ ଜଲାନ୍ ମଧ୍ୟ ଉପସ୍ଥିତ ଥିଲେ ।ଶ୍ରାଚି ଭିରାଟ-୧୩ ଏଚ୍‌ପି ଏକ ଶ୍ରେଷ୍ଠ ପାୱାର ଟିଲର । ଏଥିରେ ୧୩ ଏଚ୍‌ପି ଡିଜେଲ ଇଞ୍ଜିନ୍ ରହିଛି । ଏଥିରେ ବ୍ରାଇଟ୍ ଡୁଆଲ୍ ହେଡ୍ ଲାଇଟ୍ ରହିଛି । ଚାଷୀଙ୍କ ପାଇଁ ଏଥିରେ ଅପ୍ସନାଲ ସିଟ୍ ରହିଛି । ଶ୍ରାଚି ଭିରାଟରେ ବଳିଷ୍ଠ ଗୁଣବତା ରହିଛି । ଏହା ଡ୍ରାଏ ଏବଂ ୱେଟ୍ ଲ୍ୟାଣ୍ଡ୍‌ରେ କାର୍ଯ୍ୟ କରିବାକୁ ସକ୍ଷମ । ଏହା ଧାନ, ଗହମ, ଆଖୁ, କପା ଫସଲ ଏବଂ ଉଦ୍ୟାନ କୃଷି ଫସଲ ନଡ଼ିଆ, ପିଜୁଳି, ଆମ୍ବ ଆଦିର ଚାଷରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ସକ୍ଷମ । ଏହା ହାଲ୍‌କା ଏବଂ ଏଥିରେ କମ୍ ଇନ୍ଧନ ଖର୍ଚ୍ଚ ହୋଇଥାଏ । ଏହା ଜେନେରାଲ ଫାର୍ମିଂ ଏବଂ ଇଂଟର କଲ୍ଟିଭେଶନ ପାଇଁ ବେଶ୍ ଉପଯୋଗୀ । ଏହି ଅବସରରେ ବିଟିଏଲ୍ ଇପିସି ଲିଃ.ର ଏମ୍‌ଡି ରବି ଟୋଡି କହିଲେ, ଶ୍ରାଚି ଭିରାଟ ୧୩ ଏଚ୍‌ପି ମେଡ୍ ଇନ୍ ଇଣ୍ଡିଆ ପାୱାର ଟିଲର ନିର୍ମାଣ କରାଯାଇଥିବା ଏକ ବଡ଼ ଆନନ୍ଦର ବିଷୟ । ଏହା ଶ୍ରେଷ୍ଠ ଦକ୍ଷତା ପ୍ରଦର୍ଶନ କରିବାକୁ ସକ୍ଷମ । ଚାଷୀଙ୍କୁ ଏହା ଟିଲର ବଜାରରେ ସୁପରିୟର ଅପ୍ସନ୍ ଉପଲବ୍ଧ କରାଇବା ସହିତ ଚାଷୀଙ୍କ ଆୟ ଦୁଇଗୁଣା କରିବାକୁ ସକ୍ଷମ ହୋଇପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ