ଶ୍ରାଦ୍ଧବାର୍ଷିକୀରେ ସମ୍ବର୍ଦ୍ଧନା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଆୟବା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ଦର୍ଶନ ବିଶ୍ୱାଳଙ୍କ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଅଞ୍ଚଳର କ୍ଲବମାନଙ୍କୁ ସାମାଜିକ କାର୍ଯ୍ୟ ପାଇଁ ସମ୍ବର୍ଦ୍ଧିତ କରାଯାଇଛି । ଆୟବା ପଞ୍ଚାୟତର ମା ବୁଢି ଜାଗୁଳାଇ କ୍ଲବ, ନରଣପୁରର ଶିବଶକ୍ତି କ୍ଲବ, ମଧୁରକୂଳର ବାବାମଣି କ୍ଲବ, ଗଣ୍ଡାକିଆର ମା ଭଗବତୀ କ୍ଲବ, ବାଲିଗୋଠର ଟାଇଗର କ୍ଲବ ପ୍ରଭୃତିକୁ ଗୋବରୀ ନଦୀ ତୁଠରେ ବାଉଁଶ ବାଡ ଦେବା, ମହାମାରୀ କରୋନା ସମୟରେ ଗାଁ ବିଶ୍ୱଦ୍ଧନ, ଗାଁ ପୋଖରୀ ଓ ନଳକୂପ ସଫେଇ, ନିଶା ନିବାରଣ,ପଣା ବଣ୍ଟନ, ଲିମ୍ବ ଚାରା ରୋପଣ ପ୍ରଭୃତି ସେବା ନିମନ୍ତେ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ୱର୍ଗତ ବିଶ୍ୱାଳଙ୍କ ପୁତ୍ର ତଥା କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀ ଦ୍ୱାରିକାନାଥ ବିଶ୍ୱାଳ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ରବୀନ୍ଦ୍ର ପ୍ରସାଦ ଜେନା, ସମ୍ମାନିତ ଅତିଥି ଭାବେ ଯୁବ ସାମ୍ବାଦିକ ବୀରେନ୍ଦ୍ର ଦାସ ଯୋଗଦେଇ ଅନୁଷ୍ଠାନ ଗୁଡିକର ପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଗୈାତ୍ତମ ପ୍ରଧାନ, ଶିକ୍ଷାବିତ ସରୋଜକାନ୍ତ ବିଶ୍ୱାଳ, ବରିଷ୍ଠ ବିଜେଡି ନେତା ବିଜୟ କୁମାର ସ୍ୱାଇଁ, ଯୁବ ସମାଜସେବୀ ଅଯୋଦ୍ଧାନାଥ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ