ଶ୍ରାବଣରେ ମୌସୁମୀ ଗାଏବ

ଭୁବନେଶ୍ୱର: ମୌସୁମୀ ମାନ୍ଦା । ବର୍ଷା ନାହିଁ । ଶ୍ରାବଣର ମୂଷଳ ଧାରାରେ ବର୍ଷା ଢ଼ାଳିବା କଥା । କିନ୍ତୁ ଜୁଲାଇ ପ୍ରଥମ ସପ୍ତାହରେ ୧୬ ଜିଲ୍ଲାରେ ବର୍ଷା ଅଭାବ ଥିବା ବେଳେ ଦ୍ୱିତୀୟ ସପ୍ତାହରେ ୧୧ ଜିଲ୍ଲା ଶୁଖିଲା ପଡ଼ିଛି । ବିଶେଷ କରି ଉପକୂଳ ଓଡ଼ିଶାରେ ବର୍ଷା ନିଅଣ୍ଟ ରହିଛି । ଆଶା ଦେଖାଇଛି ପାଣିପାଗର ପୂର୍ବାନୁମାନ । ଦୁଇ ସପ୍ତାହ ଧରି ବର୍ଷା କମ୍ ଥିବା ବେଳେ ଚଳିତ ସପ୍ତାହରେ ଭଲ ବର୍ଷା ସମ୍ଭାବନା ଥିବା ପୂର୍ବାନୁମାନ କରିଛନ୍ତି କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ର ନାଥ ପଶୁପାଳକ । ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ଜୁଲାଇ ୯ ରୁ ୧୫ ତାରିଖ ଭିତରେ ରାଜ୍ୟରେ ମୋଟ ହାରାହାରି ବର୍ଷା ପରିମାଣ ରହିଛି ମାତ୍ର ୬୬.୫ ମିଲିମିଟର । ଯାହାକି ସ୍ୱାଭାବିକଠାରୁ ୬% କମ । ଏହି ସମୟ ଭିତରେ ରାଜ୍ୟର ୧୧ ଜିଲ୍ଲାରେ ବର୍ଷା ଅଭାବ ରହିଛି । ଯାହାକି ଚାଷୀର ଚିନ୍ତା ବଢ଼ାଇ ଦେଇଛି । ଆଗେଇ ପାରୁନି ଚାଷ କାମ । ସବୁଠୁ ଚିନ୍ତା ଜନକ ସ୍ଥିତି ପୁରୀରେ । ଏଠାରେ ବର୍ଷା ପରିମାଣ ସ୍ୱାଭାବିକଠାରୁ ୫୪ୟ୩% କମ ରହିଛି । ସୁନ୍ଦରଗଡ଼ରେ ବି ୪୬% କମ ବର୍ଷା ହୋଇଛି ଦ୍ୱିତୀୟ ସପ୍ତାହରେ । ଗଜପତିରେ ୩୭%, କଟକରେ ୪୨%, ଢେ଼ଙ୍କାନାଳରେ ୩୩%, ଯାଜପୁରରେ ୩୮%, ଭଦ୍ରକରେ ୩୨%, ବାଲେଶ୍ୱରରେ ୩୮%, ମୟୂରଭଞ୍ଜରେ ୨୪%, କେନ୍ଦୁଝରରେ ୨୧% କମ୍ ବର୍ଷା ହୋଇଛି । ପୂର୍ବରୁ ଜୁଳାଇ ପ୍ରଥମ ସପ୍ତାହରେ ବି ୧୬ ଜିଲ୍ଲାରେ ବର୍ଷା କମ ରହିଥିଲା । ଜୁନ ପହିଲାରୁ ଏ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ପରିମାଣ ଆଶା ଜନକ ରହିନି ।
କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ର ନାଥ ପଶୁପାଳକଙ୍କ ପୂର୍ବାନୁମାନ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ଆସନ୍ତା ୧୮ ତାରିଖ ମଧ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ୧୯ ରୁ ୨୧ ତାରିଖ ମଧ୍ୟରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ । ସପ୍ତାହକରେ ହାରାହାରି ୧୨୦ ମିଲିମଟିର ବର୍ଷା ହୋଇପାରେ । ମୋଟ ଉପରେ ଚଳିତ ସପ୍ତାହରେ ଉପକୂଳରେ ସ୍ୱାଭାବିକ ତୁଳନାରେ ୩୦% ଅଧିକ ବର୍ଷା ସମ୍ଭାବନା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ