ଶ୍ରାବଣ ସୋମବାର ପାଇଁ କାଉଡ଼ିଆଙ୍କ ଭିଡ଼
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଶ୍ରାବଣ ମାସର ତୃତୀୟ ସୋମବାର ପାଇଁ ଭଣ୍ଡାରିପୋଖରୀ ଦେଇ ଯାଇଥିବା ବୈତରଣୀ ନଦୀର ବିଭିନ୍ନ ଘାଟରେ ଆଜି କାଉଡ଼ିଆଙ୍କ ଭିଡ ଦେଖିବାକୁ ମିଳିଛି। ତୃତୀୟ ପାଳି ପରେ ମଳ ମାସ ପଡୁଥିବାରୁ ଏବେ କାଉଡ଼ିଆ ଭକ୍ତ ମାନେ ବିଭିନ୍ନ ଶୈବ ପୀଠରେ ଜଳଲାଗି ପାଇଁ ତତ୍ପର ହୋଇ ଉଠିଛନ୍ତି। ନଦୀର ଝୁଟୁଣା, ଆଖୁଆପଦା, କୁମ୍ଭାରୀଆ, ବଲ୍ଲଭିଘାଟ, ଦଶ୍ବାସ୍ୱନିଘାଟ ପ୍ରମୁଖ ସ୍ଥାନରୁ ଆଜି ଦିନ ତମାମ କାଉଡ଼ିଆ ମାନେ ପାଣି ଉଠାଇଛନ୍ତି। ବୈତରଣୀରୁ ପାଣି ନେଇ କେଉଁ ଭକ୍ତ ଆଖଣ୍ଡଳମଣି ଯାଉଛନ୍ତି ତ ପୁଣି କିଏ ପଞ୍ଚଲିଙ୍ଗେଶ୍ୱର ଯାଉଛନ୍ତି। ନଦୀଘାଟ ସହିତ ଗ୍ରାମ୍ୟ ରାସ୍ତା ଓ ଜାତୀୟ ରାଜପଥ ବୋଲବମ ଧ୍ୱନୀରେ ପ୍ରକମ୍ପିତ ହୋଇଛି। ବୈତରଣୀ ନଦୀ ବ୍ୟତୀତ ରେବ, କପାଳି ପ୍ରମୁଖ ଛୋଟ ଛୋଟ ନଦୀରୁ ମଧ୍ୟ କାଉଡ଼ିଆ ଭକ୍ତମାନେ ପାଣି ନେଇ ଶୈବ ପୀଠକୁ ଯାଉଥିବା ଦେଖିବାକୁ ମିଳିଛି