ଶ୍ରୀଅରବିନ୍ଦ ଉଚ୍ଚ ବିଦ୍ୟାପୀଠ ରେ ଅଭିଭାବକ ସମ୍ମିଳନୀ
ହାଟଡିହି, (ବିକାଶ ବିଶ୍ୱାଳ):ଶ୍ରୀଅରବିନ୍ଦ ଉଚ୍ଚ ବିଦ୍ୟାପୀଠ ସଢାରେ ସରକାରଙ୍କ ନିର୍ଦ୍ଦେଶ ଅନୁଯାଇ ପ୍ରଧାନ ଶିକ୍ଷକ ଅଶୋକ କୁମାର ଜେନାଙ୍କ ସଭାପତିତ୍ଵ ରେ ପିତାମାତା ଓ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏସ.ଏମ.ସି. ଚ଼େୟାରମ୍ୟାନ ପୁର୍ଣ୍ଣଚନ୍ଦ୍ର ଦାସ ଅତିଥି ଭାବେ ଯୋଗଦେଇ ସରକାର ଛାତ୍ରଛାତ୍ରୀଙ୍କ ଅପାର ଆଇ.ଡ଼ି ଖୋଲିବା ଦ୍ୱାରା ଗୋଟିଏ ଦେଶ ଗୋଟିଏ ଶିକ୍ଷାର୍ଥୀ ପରିଚୟ ପ୍ରଚ଼ଳନ କରିବାଦ୍ୱାରା ଛାତ୍ରଛାତ୍ରୀ ମାନେ ବିଶେଷ ଭାବେ ଉପକୃତ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ। ୧୨ନମ୍ବର ବିଶିଷ୍ଟ ପରିଚୟ ପତ୍ର ଏକ ଡିଜିଟାଇ ଷ୍ଟୋର ହାଉସ ହୋଇ ଥିବାରୁ ଶିକ୍ଷାର୍ଥି ମାନଙ୍କର ଡକୋମେଣ୍ଟ ହଜିବାର ଭୟ ନଥିବା, ଭାରତର ଯେ କୌଣସି ବିଦ୍ୟାଳୟ, ବିଶ୍ବବିଦ୍ୟାଳୟରେ ନାମ ଲେଖାଇ ପାରିବା, ଚାକିରି ଓ ପଦୋନ୍ନତିରେ ସ୍ୱଛତା ଆଣିବା ସଙ୍ଗେ ସଙ୍ଗେ ଜାଲିଆତି ରୋକାଯାଇ ପାରିବ ବୋଲି ପ୍ରଧାନଶିଷକ ମତବ୍ୟକ୍ତ କରିଥିଲେ। ଏଥିରେ ୫୩ ଜଣ ଅଭିଭାବକ ଯୋଗଦେଇଥିବା ବେଳେ ନୟନବାଳା ନାୟକ, ନବଘନ ନାୟକ, ସ୍ଵାତୀ ସୁଚରିତା ବେହେରା, ସୁଶମା ମିଶ୍ର, ବାସନ୍ତୀ ଜେନା, ଆଶିଷ ରଞ୍ଜନ ଦାସ, ନିବେଦୀତା ଚ଼ନ୍ଦ୍ରକଳା ଦେବୀ, ପ୍ରଫୁଲ ଚ଼ନ୍ଦ୍ର ଦାସ, ସଶ୍ମିତା ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।