ଶ୍ରୀଅରବିନ୍ଦ ପୁର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୨୭ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୨୭ତମ ବାର୍ଷିକ ଉତ୍ସବ ବାଲିପଦର ମାତୃଗିରୀ ଠାରେ ଅନୁଷ୍ଠିତ ହୋଇ ଯାଇଛି। ପ୍ରତିଷ୍ଠାନର ସଭାପତି ନାରାୟଣ ସାମନ୍ତରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବରେ ଭଞ୍ଜନଗର ମହାବିଦ୍ୟାଳୟର ପୂର୍ବତନ ଅଧ୍ଯକ୍ଷ କୃତ୍ତିବାସ ବିଶ୍ବାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ମୁଖ୍ଯବକ୍ତା ଭାବେ ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ଅଧ୍ଯକ୍ଷ ଡକ୍ଟର ବି. ପ୍ରକାଶ ଚନ୍ଦ୍ର ପାତ୍ର ଏବଂ ସମ୍ମାନିତ ଅତିଥି ଭାବେ ବାଲିପଦର ସରପଞ୍ଚ ରାଜଲକ୍ଷ୍ମୀ ପ୍ରଧାନ, ସମାଜସେବୀ ଖଲି ପରିଡା, ରତ୍ନ ମଞ୍ଜରୀ ଦେବୀ, ରାଜ ଗୋପାଳ ନାୟକ, ଟି.ସତ୍ଯ ନାରାୟଣ ପାତ୍ର, ଦିଲ୍ଲୀପ କୁମାର ରଥ, କାହ୍ନୁଚରଣ ବାଡତ୍ଯା, ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅଧ୍ଯକ୍ଷା ନୟନୀ ମହାରଣା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଶ୍ରୀ ଅରବିନ୍ଦଙ୍କ ଦର୍ଶନ ସମ୍ପର୍କରେ ବକ୍ତବ୍ଯ ପ୍ରଦାନ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ବୃନ୍ଦ ସାର୍ଟିଫିକେଟ ଓ ସିଲ୍ଡ୍ ପ୍ରଦାନ କରିଥିଲେ। ଶେଷରେ ଛାତ୍ରଛାତ୍ରୀ ବୃନ୍ଦ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଶିକ୍ଷା କେନ୍ଦ୍ରର ପ୍ରାକ୍ତନ ଛାତ୍ରଛାତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରଥିବା ବେଳେ ଅଧ୍ଯକ୍ଷା ନୟନୀ ମହାରଣା ଧନ୍ଯବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ