ଶ୍ରୀଅରବିନ୍ଦ ଶିକ୍ଷାକେନ୍ଦ୍ରରେ ବିଜ୍ଞାନ ମେଳା ପାରଳା ବିଧାୟକଙ୍କ ଦ୍ଵାରା ଉଦଘାଟିତ ହେଲା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ର ମାତୃ ପୀଠରେ ଆୟୋଜିତ ବିଜ୍ଞାନ ମେଳାକୁ ବିଧାୟକ ଇଂ ରୂପେଶ କୁମାର ପାଣିଗ୍ରାହୀ ଉଦଘାଟନ କରିଛନ୍ତି I ବିଧାୟକଙ୍କ ସହ ଗୁମ୍ମା ବ୍ଲକ ଅଧ୍ଯକ୍ଷା ସୁନେମି ମଣ୍ଡଳ, ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତି ଥିଲେ। ବିଧାୟକ ବିଭିନ୍ନ ପ୍ରକଳ୍ପଗୁଡ଼ିକ ବୁଲି ଦେଖିବା ସହ ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରି ପାରଳା ବିଧାୟକ କହିଥିଲେ ବର୍ତ୍ତମାନ ଯୁଗରେ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାଠପଢା ଓ ଜ୍ଞାନ ଅର୍ଜନ ପାଇଁ ଜରୁରୀ. ଆଧୁନିକ ଯୁଗରେ ବିଜ୍ଞାନର ଉପକାରିତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ କହିଥିଲେ।