ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳନ

ବାଲେଶ୍ବର, (ସରୋଜ ପଣ୍ଡା):ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ କମିଟି* ପକ୍ଷରୁ ସିଦ୍ଧି କଲ୍ୟାଣ ମଣ୍ଡପ ଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ* ପାଳିତ ହୋଇଅଛି,କାର୍ଯ୍ୟସୂଚୀ ଅନୁଯାଇ ନିର୍ଧାରିତ ସମୟରେ ଉଦଘାଟିତ ହେବା ସହ ପୂଜାର୍ଚ୍ଚନା କରାଯାଇଥିଲା, ପିଲାମାନଙ୍କୁ ନେଇ ଶ୍ରୀକୃଷ୍ଣ ବେଶ,ଶ୍ରୀକୃଷ୍ଣ ଆଧାରିତ ଚିତ୍ରାଙ୍କନ ଏବଂ ଶ୍ରୀମଦ ଭଗବତ ଗୀତା ଆବୃତି ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, କାର୍ଯ୍ୟକ୍ରମ ରେ ଶ୍ରୀ ଯୁକ୍ତ ଗୋପାଲ କୁମାର ଖଣ୍ଡେଲୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ତଥା ହିନ୍ଦୁ ମାନଙ୍କର ଧାର୍ମିକ ବିଚାରଧାରା ର ମହତ୍ୱ ବିଷୟରେ ମତବ୍ୟକ୍ତ କରିଥିଲେ, ମୂଖ୍ଯ ବକ୍ତା ଶ୍ରୀ ଯୁକ୍ତ ସଞ୍ଜୟ କୁମାର ପଣ୍ଡା ଶ୍ରୀକୃଷ୍ଣଙ୍କ ମାର୍ଗଦର୍ଶନ ରେ ଅନୁପ୍ରାଣିତ ହେଲେ ଆମର ପାରିବାରିକ, ସାମାଜିକ ତଥା ବ୍ୟୈଶ୍ବିକ ଜୀବନ ମଙ୍ଗଳମୟ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ,କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ଗିରିଜା ଶଙ୍କର ଆଚାର୍ଯ୍ୟ ସଭାପତିତ୍ବ କରିଥିଲେ,ସମ୍ମାନୀତ ଅତିଥି ଭାବେ ଶ୍ରୀଯୁକ୍ତ ସଞ୍ଜୟ ମହାପାତ୍ର ଯୋଗଦେଇଥିଲେ,କମିଟି ର ସମ୍ପାଦିକା ଶ୍ରୀମତୀ ମନ୍ନସିନୀ ପଣ୍ଡା ମଞ୍ଚ ପରିଚାଳନା ତଥା ଧନ୍ୟବାଦ ଅର୍ପଣ କରିଥିଲେ. ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସମ୍ବର୍ଦ୍ଧନା ପର୍ବ ଏବଂ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସର୍ବଶ୍ରୀ ଶ୍ରୀ ସୁଧାକର ପାଢୀ, ଶ୍ରୀ କ୍ଷେତ୍ରମୋହନ ମହାପାତ୍ର,ଶ୍ରୀ ତୁଷାରକାନ୍ତି ପଣ୍ଡା, ଶ୍ରୀ ଜଗବନ୍ଧୁ ପୃଷ୍ଟି,ଶ୍ରୀ ରଜନୀକାନ୍ତ ଶତପଥି,ଶ୍ରୀ ପ୍ରଫୁଲ୍ଲ କୁମାର ଦାସ,ଶ୍ରୀ ମଧୁସୂଦନ ହୋତା, ଶ୍ରୀ ପ୍ରଶାନ୍ତ ନାୟକ,ଶ୍ରୀ ସୂର୍ଯ୍ୟକାନ୍ତ ପଣ୍ଡା,ଶ୍ରୀମତୀ ରୋନାଲିସା ପଣ୍ଡା, ଶ୍ରୀ ରମାକାନ୍ତ କର, ଶ୍ରୀ ପବିତ୍ର ନାୟକ,ଶ୍ରୀ ଅରୁଣ କୁମାର ମିଶ୍ର ପ୍ରମୁଖ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ