ଶ୍ରୀକ୍ଷେତ୍ରରୁ ତୁଳସୀ କ୍ଷେତ୍ରକୁ ଆସିଲା ପାଟଶାଢୀ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ପ୍ରତିବର୍ଷପରି ଚଳିତବର୍ଷ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପାଖରୁ ତୁଳସୀକ୍ଷେତ୍ରାଧିପତି ବଡଭାଇ ଶ୍ରୀବଳଦେବଜୀଉଙ୍କ ମନ୍ଦିରକୁ ତିନିଖଣ୍ଡ ପାଟଶାଢୀ ଆସିଛି । ଶ୍ରୀକ୍ଷେତ୍ରରୁ ସ୍ୱତନ୍ତ୍ର ପଦାଧିକାରୀ ସରୋଜ କୁମାର ରାଏ, ନାଜିର ବିମଳ କୁମାର ତାମିଲା ଓ ଡିଇଓ ସତ୍ୟନାରାୟଣ ପାତ୍ର ପ୍ରଭୁ ଶ୍ରୀ ବଳଦେବଜୀଉ, ଭଉଣୀ ମା’ ସୁଭଦ୍ରା ଓ ଅନୁଜ ଶ୍ରୀଜଗନ୍ନଥଙ୍କ ପାଇଁ ତିନିଖଣ୍ଡ ପାଟଶାଢୀ ଆଣି ଶ୍ରୀ ବଳଦେବ ଜୀଉଙ୍କ ଦେବୋତ୍ତର କାର୍ଯ୍ୟାଳୟରେ ପହଞ୍ôଚଥିଲେ । ସନ୍ଧ୍ୟା ଆଳତୀପରେ ଏହି ତିନିଖଣ୍ଡ ପାଟଶାଢୀକୁ ନେଇ ଡିଇଓ ଶ୍ରୀ ପାତ୍ର ଶ୍ରୀ ଜୀଉଙ୍କ ବଡଦେଉଳରେ ମନ୍ଦିରର ବଡପଣ୍ଡା ମାଧବ ଚନ୍ଦ୍ର ପତ୍ରୀଙ୍କୁ ପ୍ରଦାନ କରିଥିଲେ । ଶ୍ରୀ ଜୀଉଙ୍କ ଦେବୋତ୍ତର କାର୍ଯ୍ୟାଳୟ ଠାରୁ ଏକ ରୂପାଥାଳିରେ ପାଟଶାଢିକୁ ସୁସଜ୍ଜିତ କରି ରଖାଯାଇ ପାରମ୍ପାରିକ ଭାବେ କୀର୍ତ୍ତନ ମଣ୍ଡଳୀ, ଘଣ୍ଟ, ଘଣ୍ଟା ଓ ଶଙ୍ଗ ଧ୍ୱନି ସହ ଆଧ୍ୟାମିôକ ପରିବେଶରେ ପଟୁଆରରେ ଶ୍ରୀ ଜୀଉଙ୍କ ବଡଦେଉଳ ମଧ୍ୟକୁ ନିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଦେବୋତ୍ତର ନ୍ୟାସ ମଣ୍ଡଳୀ ସଭ୍ୟ ବଳରାମ ସୁଆର, ରଞ୍ଜନ କୁମାର ପୃଷ୍ଟି, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ, ପୂର୍ବତନ ପୌରାଧ୍ୟକ୍ଷ ଧିରେନ କୁମାର ସାହୁ, ମନ୍ଦିର ସୁପର ଭାଇଜର ନୃସିଂହ ଚରଣ ପତ୍ରୀ ଏବଂ ଅନ୍ୟ ସେବାୟତମାନେ ଉପସ୍ଥିତ ଥିଲେ । ପୁରାଣ ଅନୁଯାୟୀ ଦ୍ୱାପର ଯୁଗରେ ବଡଭାଇ ବଳରାମ ଓ ସାନଭାଇ ଶ୍ରୀକୃଷ୍ଣ(ଜଗନ୍ନାଥ)ଗୋପାଳ ବାଳକମାନଙ୍କ ସହିତ ଖେଳୁଥିବା ସମୟରେ କଂସ ମହାରାଜଙ୍କ ଦ୍ୱାରା ପ୍ରେରିତ ପ୍ରଳମ୍ବା ନାମକ ଦୁର୍ଦ୍ଦାନ୍ତ ଅସୁର ଚକ୍ରାନ୍ତ କରି ବଳରାମଙ୍କୁ କାନ୍ଧରେ ବସାଇ ମାରିଦେବାକୁ ନେଉଥିଲା । ମାତ୍ର ବଳରାମ ଏହାକୁ ଜାଣିପାରି ଅସୁର ପ୍ରଳମ୍ବା ମୁଣ୍ଡରେ ପ୍ରଚଣ୍ଡ ମୁଷ୍ଟି ଆଘାତ କରି ତାକୁ ସଂହାର କରିଥିଲେ । ଅସୁର ମରିବା ଦେଖି ଅତି ଆନନ୍ଦିତ ହୋଇ ସାନଭାଇ ଶ୍ରୀକୃଷ୍ଣ ଜ୍ୟେଷ୍ଠଭ୍ରାତା ବଳରାମଙ୍କ ମସ୍ତକରେ ନିଜ ପାଟ ଉତ୍ତରୀୟ ବାନ୍ଧି ଦେଇଥିଲେ । ଏହି ପରମ୍ପରା ପୌରାଣିକ କଥାକୁ ନେଇ ସାନଭାଇ ଜଗନ୍ନାଥ(ଶ୍ରୀକୃଷ୍ଣ) ପ୍ରତିବର୍ଷ ଘନନୀଳ, ପୀତ ଓ ରକ୍ତ ବର୍ଣ୍ଣର ପାଟ ପ୍ରଳମ୍ବାସୁର ବଧ ବେଶପାଇଁ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତୁଳସୀ କ୍ଷେତ୍ରର କ୍ଷେତ୍ରାଧିପତିଙ୍କ ପାଖକୁ ପଠାଇଥାନ୍ତି । କାର୍ତ୍ତୀକ ମାସଏକାଦଶୀ (ଶୁକ୍ଲ ପକ୍ଷ) ଦିନ ମହାପ୍ରଭୁ ଶ୍ରୀ ବଳଦେବ ଏହି ପାଟ ପିନ୍ଧି ପ୍ରଳମ୍ବାସୁର ବଧ ବେଶରେ ସଜ୍ଜିତ ହୋଇଥାନ୍ତି ।