ଶ୍ରୀକ୍ଷେତ୍ରରେ ପ୍ରାୟଶ୍ଚିତ କଲେ କଂସରାଜ
ପୁରୀ: ବରଗଡର ମଥୁରାପୁରୀକୁ ଥରହର କରୁଥିବା କଂସ ମହାରାଜ ଏବେ ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚିଛନ୍ତି। ଏହି ଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ୱର ପ୍ରଧାନ ଶ୍ରୀକ୍ଷେତ୍ରରେ ପହଞ୍ଚି ପବିତ୍ର ମହୋଦଧିରେ ସ୍ନାନ କରିଛନ୍ତି। ପରେ ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ସମ୍ମୁଖରେ ସାଷ୍ଠାଙ୍ଗ ପ୍ରଣିପାତ ହୋଇ ପାପ କ୍ଷୟ ପାଇଁ ପ୍ରାର୍ଥନା କରିଛନ୍ତି।
ଧନୁଯାତ୍ରାରେ ସେ କଂସ ଚରିତ୍ରରେ ଅଭିନୟ କରିବା ସମୟରେ ବାଧ୍ୟତାମୂଳକ ଭାବେ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି ଅନେକ ଆକ୍ଷେପ ଓ କଟୁକ୍ତି ପ୍ରୟୋଗ କରିଥିବାରୁ ଶ୍ରୀକୃଷ୍ଣରୂପୀ ଶ୍ରୀଜଗନ୍ନାଥଙ୍କ ନିକଟରେ ନିଜର ଦୋଷ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ଏହାପରେ ସେ ଗୋବର୍ଦ୍ଧନପୀଠକୁ ଯାଇ ସେଠାରେ ଜଗଦ୍ଗୁଦରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଦର୍ଶନ କରିବା ସହିତ ତାଙ୍କର ଶରଣାପନ୍ନ ହୋଇଛନ୍ତି।


