ଶ୍ରୀକ୍ଷେତ୍ରରେ ଯାଜପୁରିଆ ବନ୍ଧୁଙ୍କ ସ୍ମାରକୀ ନିର୍ମାଣ ପାଇଁ ଅନୁରୋଧ କଲେ ଜିଲ୍ଲାପାଳ

ଯାଜପୁର, (ଯୁଗାବ୍ଦ ନ୍ୟୁଜ୍) : ଜଗନ୍ନାଥ ମହାପ୍ରଭୁଙ୍କର ଶ୍ରେଷ୍ଠ ବନ୍ଧୁ ଭାବେ ପରିଚିତ ଯାଜପୁରିଆ ବନ୍ଧୁ ମହାନ୍ତିଙ୍କ ସ୍ମୃତି ରକ୍ଷା ଓ ସ୍ମାରକୀ ନିର୍ମାଣ ପାଇଁ ଜିଲ୍ଲାପାଳ ରଂଜନ କୁମାର ଦାସ ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର କାର୍ଯ୍ୟାଳୟର ପ୍ରଶାସକଙ୍କୁ ଅନୁରୋଧ କରିଚ୍ଥନ୍ତି । ଯାଜପୁର ବିକାଶ ମଂଚ ପକ୍ଷରୁ ଜଗନ୍ନାଥ ଧାମ ପୁରୀ ସହ ଯାଜପୁର ମା’ ବିରଜାଙ୍କ ଆଧ୍ୟାତ୍ମିକ ଓ ପୈାରାଣିକ ସଂପର୍କ ରହିଚ୍ଥି ବୋଲି ଅବଗତ କରାଯାଇ ପୁରୀରେ ବନ୍ଧୁ ମହାନ୍ତିଙ୍କ ସ୍ମୃତି ରକ୍ଷା ଓ ସ୍ମାରକୀ ନିର୍ମାଣ ପାଇଁ ବ୍ୟବସ୍ଥା କରିବାକୁ ଦାବି ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଚ୍ଥି । ଯାଜପୁର ବାସୀଙ୍କର ଶ୍ରୀ ଜଗନ୍ନାଥଙ୍କ ସହ ଆବେଗିକ ଓ ଭାବଗତ ସଂପର୍କ ରହିଚ୍ଥି । ତେଣୁ ଶ୍ରୀକ୍ଷେତ୍ରରେ ବନ୍ଧୁ ମହାନ୍ତିଙ୍କର ସ୍ମୃତି ରକ୍ଷା ପାଇଁ ଉଦ୍ୟମକୁ ସମଗ୍ର ଜିଲ୍ଳା ବାସୀ ମଧ୍ୟ ଅନୁରୋଧ ଓ ସ୍ୱାଗତ କରୁଚ୍ଥନ୍ତି । ଜିଲ୍ଲାପାଳ ଶ୍ରୀ ଦାସ ପତ୍ର ସଂଖ୍ୟା ୩୭୪ ତା ୫ା୯ା୧୯ ରିଖରେ ପୁରୀ ମନ୍ଦିରର ବର୍ତ୍ତମାନର ଉନ୍ନତିକରଣ କାର୍ଯ୍ୟକୁ ପ୍ରଶଂସା କରିବା ସହ ବହୁ ପୂର୍ବରୁ ବନ୍ଧୁ ମହାନ୍ତିଙ୍କ ସ୍ମୃତି ବନ୍ଧୁ ମହାନ୍ତି ଆଶ୍ରମ ନାମରେ ଶ୍ରୀ ମନ୍ଦିରର ଦକ୍ଷିଣ ଦ୍ୱାର ସମୀପରେ ରହିଥିବା ସଂପର୍କରେ ମଧ୍ୟ ଅବଗତ କରାଇଚ୍ଥନ୍ତି । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଏହି ସ୍ମାରକୀ ପ୍ରତିଷ୍ଠା ପାଇଁ ଉଦ୍ୟମ କରାଯିବ ବୋଲି ସୂଚନା ଦେଇଚ୍ଥନ୍ତି । କିମ୍ୱଦନ୍ତୀ ଓ ପୈାରାଣିକ ଊପାଖ୍ୟାନ ଅନୁସାରେ ଯାଜପୁର କପିଳେଶ୍ୱର ଗ୍ରାମର ବନ୍ଧୁ ମହାନ୍ତିଙ୍କର ଜଗନ୍ନାଥଙ୍କ ପ୍ରତି ଭକ୍ତି ଓ ଭଲପାଇବା ରହିଥିବାରୁ ସେ ଦୁର୍ଭିକ୍ଷ ଓ ଅଭାବ ସମୟରେ ଶ୍ରୀକ୍ଷେତ୍ରକୁ ପରିବାର ସହ ଯାଇଥିଲେ । ରାତ୍ରରେ ପହଂଚି ଥିବାରୁ ଆଉ ପ୍ରଭୁଙ୍କ ଦର୍ଶନ କରି ନ ପାରି ଦକ୍ଷିଣ ଦ୍ୱାରରେ ଥିବା ପେଜ ନଳାରୁ ପରିବାର ସହ ପେଜ ପିଇ ଶୋଇ ପଡିଥିଲେ । ତେବେ ରାତ୍ରରେ ଜଣେ ବ୍ୟକ୍ତି ମହା ପ୍ରସାଦ ଥାଳି ବନ୍ଧୁ ମହାନ୍ତିଙ୍କୁ ପ୍ରଦାନ କରି ଚାଲିଯାଇଥିଲେ । ସେହି ପ୍ରସାଦକୁ ପରିବାର ଖୁସିରେ ଖାଇ ଥାଳିଟିକୁ ମୁଣ୍ଡତଳେ ରଖି ଶୋଇ ପଡିଥିଲେ । ତେବେ ସକାଳେ ମନ୍ଦିରରେ ସୁନା ଥାଳି ଚୋରୀ ହେବା ଓ ତାକୁ ଖୋଜିବା ଭିତରେ ଏହା ବନ୍ଧୁ ମହାନ୍ତିଙ୍କ ନିକଟରୁ ମିଳିଥିଲା ବୋଲି ପ୍ରବାଦ ଅଚ୍ଥି । ଥାଳି ଚୋରୀ ଅଭିଯୋଗରେ ତାଙ୍କୁ ବନ୍ଦୀ କରାଯିବା ଓ ପରେ ସ୍ୱପ୍ନାଦେଶ ମାଧ୍ୟମରେ ଗଜପତି ବନ୍ଧୁ ମହାନ୍ତିଙ୍କୁ କ୍ଷମା ଯାଚନା କରି ସମ୍ମାନିତ କରିବାର କାହାଣୀ ଓଡିଶାରେ ବେଶ ପରିଚିତ । ତେଣୁ ଏହି ପରମ ଭକ୍ତଙ୍କ ସ୍ମୃତି ରକ୍ଷା ଓ ସ୍ମ୍ାରକୀ ପ୍ରତିଷ୍ଠାର ଉଦ୍ୟମକୁ ତ୍ୱରାନ୍ୱିତ ପାଇଁ ଜିଲ୍ଲାପାଳ ଅନୁରୋଧ କରିଚ୍ଥନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ