ଶ୍ରୀକ୍ଷେତ୍ରରେ ଷଡ଼ ଦିବସୀୟ ଝୁଲଣ ଯାତ୍ରା
ହିଂଜିଳିକାଟୁ, (ଶେଷଦେବ ସାହୁ) : ହିଂଜିଳିକାଟୁ ପୌରାଂଚଳ ବଇଁଚବଣିଆ ପାବନ ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଷଡ଼ ଦିବସୀୟ ଝୁଲଣ ଯାତ୍ରା ରବିବାର ପୁତ୍ରାଦି ଏକାଦଶୀ ଠାରୁ ଆରମ୍ଭ ହୋଇଛି । ମନ୍ଦିରର ଜଗମୋହନ ଠାରେ ଏହି ଯାତ୍ରା ଆୟୋଜିତ ହୋଇଛି । ପ୍ରଲମ୍ବିତ ସୁନେଲି ରଙ୍ଗର ଏକ ବଡ଼ ଝୁଲଣାକୁ ଆକର୍ଷଣୀୟ ଭାବେ ସୁସଜ୍ଜିତ କରାଯିବା ସହ ମନ୍ଦିର ଗୃହକୁ ଚିତାକର୍ଷକ ଭାବେ ରଙ୍ଗୀନକାଗଜ, ଫୁଲମାଳା, ଜରିମାଳା ସାଙ୍ଗକୁ ରଙ୍ଗିନଆଲୋକମାଳାରେ ସୁଶୋଭିତ କରାଯାଇଛି । ଝୁଲଣ ଉପଲକ୍ଷେ ଶ୍ରଜୀଉ ମାନେ ଅପୁର୍ବ ବେଶ ପରିପାଟୀରେ ଦର୍ଶନ ଦେଇଥିଲେ । ଏକାଦଶୀ ବିହିତ ପୂଜାର୍ଚ୍ଚନା, ସାନ୍ଧ୍ୟଆଳତି, ପ୍ୱାଶ୍ୱର୍ଦେବତା ଆଳତି, ଠାକୁରଙ୍କ େ;ବଢା ପରିକ୍ରମା ପରେ ପରେ ଝୁଲଣ ଯାତ୍ରା ଆରମ୍ଭ ହୋଇଥିଲା । ଭକ୍ତ ମାନଙ୍କ ଗହଳ ଚହଳ , ବାଦ୍ୟବାଜଣା, ହରିବୋଲ, ହୁଳହୁଳି ଧ୍ୱନି ମଧ୍ୟରେ ମନ୍ଦିରର ସହ ପୂଜକ ସରୋଜ ନନ୍ଦ ଶ୍ରୀଜଗନ୍ନାଥଙ୍କ ବିଜେ ପ୍ରତିମା ଶ୍ରୀ ମଦନମୋହନ, ଶ୍ରୀ ଦେବୀ ଓ ଭୂଦେବୀଙ୍କୁ କ୍ରମାନ୍ନୟରେ ରତ୍ନ ସିଂହାସନରୁ ଝୁଲଣାସନକୁ ବିଜେ କରାଇଥିଲେ । ଝୁନୁ ଦେବୀ ଦିଅଁ ମାନଙ୍କ ଚାମର ସେବା କରିଥିଲେ । ମନ୍ଦିରର ମୁଖ୍ୟ ପୂଜକ କୃଷ୍ଣ ଚନ୍ଦ୍ର ପଣ୍ଡା ଝୁଲଣାରୂଢ ଦିଅଁ ମାନଙ୍କୁ ପଂଚ ଉପଚାରରେ ବିହିତ ପୂଜାର୍ଚ୍ଚନା, କର୍ପୁର ଆଳତି ସମର୍ପଣ କରିଥିଲେ । ମହିଳା ଭକ୍ତ ମାନେ ହୁଳହୁଳି ଦେଇ ପୁଷ୍ପଚନ୍ଦନ, ବଜରିକା ପତ୍ର, ପୁଷ୍ପ ମିଶ୍ରିତ ଅକ୍ଷତ ଦ୍ୱାରା ଦିଅଁ ମାନଙ୍କୁ ବନ୍ଦାପନା କରିଥିଲେ । ପରେ ପରେ ଭଜନ ଭାରତୀ ପକ୍ଷରୁ ସୁଲଳିତ କଣ୍ଠରେ ଝୁଲଣା ଗୀତ ଗାନ କରାଯାଇ ମୃଦୁ ମନ୍ଥର ଗତିରେ ଝୁଲଣାକୁ ଝୁଲାଇ ଝୁଲାଇ ଦିଅଁ ମାନଙ୍କୁ ସେବା ସମର୍ପଣ କରିଥିଲେ । ମନ୍ଦିରର ପ୍ରଶାସନ ସେବକ ନିର୍ମଳ ମିଶ୍ରଙ୍କ ତତ୍ୱାବଧାନରେ ପରିଚାଳିତ ଏ ଷଡ଼ଦିବସୀୟ ଯାତ୍ରାରେ ଅଶେଶକ କୁମାର ସାମନ୍ତରା, ସୁଦର୍ଶନ ପାଣିଗ୍ରାହୀ, ସୁବାସ ସାହୁ, ବିଶୁ ସାହୁ, ଉପେନ୍ଦ୍ର ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯେ୍ଧଜ୍ଞ କରିଥିଲେ । ଏହି ଯାତ୍ରା ଆସନ୍ତା ଭାଦ୍ରବକୃଷ୍ଣ ପ୍ରତିପଦା ଶୁକ୍ରବାର ରାତିରେ ପରିସମାପପ୍ତି ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।