ଶ୍ରୀଜଗନ୍ନାଥଙ୍କ ଦ୍ବାଦଶ ଯାତ୍ରା ଦର୍ଶନ
ସଖୀ ଗୋ
ଆଗୋ ସଖୀ ଗୋ
ଆସ କର ଦର୍ଶନ।।
ବୈଶାଖେ “ଚନ୍ଦନ” ଜ୍ଯେଷ୍ଠରେ “ସ୍ନାନ”
ସ୍ନାନ ପରେ ଗଜ ବେଶ ଦର୍ଶନ।
ଆଷାଢ ମାସରେ ବଳିଛି ମନ
“ରଥଯାତ୍ରା” ରଥେ “ହରିଶୟନ”।
ଶ୍ରାବଣ ମାସରେ “ଦକ୍ଷିଣାୟନ”
ଭାଦ୍ରବରେ “ପାର୍ଶ୍ବପରିବର୍ତ୍ତନ”।
କାର୍ତ୍ତିକ ମାସେ “ହରି ଉତ୍ଥାପନ”
ମାର୍ଗଶିର ପଷ୍ଠିରେ “ପ୍ରାବରଣ”।
ମାଘରେ “ମକର” ବିଧି ବିଧାନ,
“ଦେବାଭିଷେକ” “ଦୋଳ” ଫାଲଗୁନ ।
ଚୈତ୍ରରେ “ଦୟଣା ଚୋରୀ” ରେ ମନ
ପ୍ରଭୁଙ୍କ ଦ୍ବାଦଶ ଯାତ୍ରା ସଂପୂର୍ଣ୍ଣ ।
ଗଦାଧର ସାହୁ,ବ୍ରହ୍ମଗିରି,ପୁରୀ


