ଶ୍ରୀଜଗନ୍ନାଥ ଓଡ଼ିଶୀ କଳା କେନ୍ଦ୍ର ଆନୁକୁଲ୍ୟରେ ବାଲମୁକୁନ୍ଦ କେନ୍ଦ୍ର ତୁରଫରୁ ୬୭ତମ ‘ଜଗଦିଗୁରୁତ୍ତମ ଦିବସ’ ପାଳନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଭାରତ ଇତିହାସର ସର୍ବଶ୍ରେଷ୍ଠ ପଞ୍ଚମ ମୂଳ ଜଗଦଗୁରୁ ତଥା ସମଗ୍ର ପୃଥ‌ିବୀର ଆଧ୍ୟାତ୍ମିକ ଗୁରୁ ଶ୍ରୀ କୃପାଳୁ ଜୀ ମହାରାଜଙ୍କୁ ‘ଜଗଦଗୁରୁତ୍ତମ’ ଉପାଧୂରେ କାଶୀ ବିଦ୍ବତ୍ ପରିଷଦ ଦ୍ବାରା ୧୯୫୭ ମସିହା ଜାନୁୟାରୀ ୧୪ ତାରିଖ ମକର ସଂକ୍ରାନ୍ତି ଦିନ ବିଭୂଷିତ କରିଥିଲେ ।ବସରରେ ଶ୍ରୀ ଜଗନ୍ନାଥ ଓଡ଼ିଶୀ କଳା ଏହି ଅବସ କେନ୍ଦ୍ରର ନୃତ୍ୟଗୁରୁ ଡି. ଡି.ପ୍ରିୟଙ୍କା ଙ୍କ ପ୍ରତିନିଧୂତ୍ବରେ ୬୭ତମ ବାଲ ମୁକୁନ୍ଦ କେ କେନ୍ଦ୍ର ତରଫରୁ ‘ଜଗଦଗୁରୁତ୍ତମ ଦିବସ’ ବାଲନୃତ୍ୟ ପ୍ରଶିକ୍ଷାର୍ଥୀଙ୍କ ଗହଣରେ ପାଳନ କରାଯାଇଛି। ଏଥିରେ ଜଗଦଗୁରୁ କୃପାଳୁ ପରିଷଦ ଦ୍ବାରା ଆୟୋଜିତ ‘ଜଗଦଗୁରୁ କୃପାଳୁ ବୋଲେ ଚେଲେଞ୍ଜ’ ର ବିଷୟ ବସ୍ତୁକୁ ବିଦ୍ଯାର୍ଥୀ ପ୍ରଜ୍ୟୋତି ଓ ପ୍ରଣତି ଦୁଇ ଭଉଣୀ ପଠନ କରିଥିଲେ । ଏହାକୁ ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ବୁଝା ବୁଝାଇବା ସହ ମହାରାଜ ଜୀଙ୍କ ଉପାଧୂ ଗୁଡ଼ିକୁ ବର୍ଣ୍ଣନା କରିଥିଲେ । ଉପାଧୂ ଗୁଡ଼ିକ ହେଲା – ବେଦ ପ୍ରଦର୍ଶିତ ସଠିକ ମାର୍ଗର ପ୍ରତିଷ୍ଠାତା, ସମସ୍ତ ଶାସ୍ତ୍ରୀୟ ସିଦ୍ଧାନ୍ତର ସମନ୍ବୟକାରୀ ବିଶ୍ବରେ ସନାତନ ବୈଦିକ ଧର୍ମର ପୁନଃ ପ୍ରତିଷ୍ଠାତା ଏବଂ ଆଧ୍ୟାତ୍ମିକ ଜ୍ଞାନର ବାସ୍ତବିକ ପରମ୍ପରାର ସଂସ୍ଥାପକ। ଏହି କାର୍ଯ୍ୟକ୍ରମରେ ସଂଯୋଜିକା ନମିତା ଚୌଧୁରୀ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ