ଶ୍ରୀଜଗନ୍ନାଥ ଙ୍କ ମାମୁଁଘର ମାଧବ ମନ୍ଦିର ରୁ ଶ୍ରୀମନ୍ଦିର ଯିବ ପୋଢୁଆଁ ଭାର

ନିମାପଡ଼ା, (ସନ୍ତୋଷ ଦାଶ):ପ୍ରାଚୀ ଉପତ୍ୟକା ର ମାଧବ ଗ୍ରାମ ର ମାଧବାନନ୍ଦ ଜିୟୁ ମନ୍ଦିର ଶ୍ରୀ ଜଗନ୍ନାଥ ଙ୍କ ମାମୁଁଘର ଭାବେ ଲୋକମୁଖ ରେ ପରିଚିତ। ଏହି ମନ୍ଦିର ରୁ ପ୍ରତିବର୍ଷ ପରି ଚଳିତ ବର୍ଷ ଚତୁର୍ଦ୍ଧା ମୂର୍ତ୍ତି ଙ୍କ ପାଇଁ ପୋଢୁଆଁ ଭାର ଆସନ୍ତା ୪ ତାରିଖରେ ଯିବ ବୋଲି ମାଧବାନନ୍ଦ ଜୀଉ ମନ୍ଦିର ଟ୍ରଷ୍ଟି ପ୍ରଶାନ୍ତ କୁମାର ଦେବ ଗୋସ୍ୱାମୀ ସୂଚନା ଦେଇଛନ୍ତି । ପୋଢୁଆଁ ଭାର ଯିବା ଲାଗି ଏକ ପ୍ରସ୍ତୁତି ବୈଠକ ମାଧବ ମନ୍ଦିର ରେ ଅନୁଷ୍ଠିତ ହୋଇଯାଇଛି । ତ୍ରିଲୋଚନ ପୁଷ୍ପାଳକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଉକ୍ତ ଏହି ବୈଠକ ରେ ମାଧବ ବିକାଶ ପରିଷଦ,ଛତିଶା ନିଯୋଗ ସେବକ ସଂଘ , ସ୍ଥାନୀୟ ସରପଞ୍ଚ, ପୂଜକ ଅଶୋକ କୁମାର ପୁଷ୍ପାଳକ, ରଣଜିତ ସାହୁ, ନ୍ୟାୟବ୍ରତ ରାଉତ, କଳ୍ପନା ପାଣି, ଆଦିତ୍ୟ ପାଣି ଙ୍କ ସମେତ ମନ୍ଦିର ଟ୍ରଷ୍ଟି ପ୍ରମୁଖ ଯୋଗଦେଇ ଚତୁର୍ଦ୍ଧାମୂର୍ତ୍ତି ଙ୍କ ପାଇଁ ନବବସ୍ତ୍ର, ତୁଳସୀମାଳ, ବିଭିନ୍ନ ଫୁଲ, ଫଳ ଓ ଖଣ୍ଡୁଆପାଟ ପ୍ରଭୃତି ଯିବାର ନିଷ୍ପତ୍ତି ନେଇଥିଲେ ।ପ୍ରାତଃ ରୁ ମାଧବାନନ୍ଦ ମନ୍ଦିର ରୁ ସଙ୍କୀର୍ତ୍ତନ ମଣ୍ଡଳୀ ସହ ଏହି ଯାତ୍ରା ଆରମ୍ଭ ହେବ । ଶତାଧିକ ଭକ୍ତ ଏଥିରେ ସାମିଲ ହେବେ ।ଭକ୍ତ ମାନେ କିପରି ଶାନ୍ତିଶୃଙ୍ଖଳା ର ସହ ଯାତ୍ରା କରିବେ ସେଥିଲାଗି ନିଆଳି ଥାନା ପୋଲିସ ଓ ଚାରିଛକ ଫାଣ୍ଡି ପୋଲିସ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି ।ଏହି ଯାତ୍ରାରେ ବିଭିନ୍ନ ପଞ୍ଚାୟତ ର ଭକ୍ତ ମାନେ ଯୋଗଦେବେ ବୋଲି ରତନପୁର ଓ ମାଧବ ର ଲୋକ ପ୍ରତିନିଧି ମାନେ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ