ଶ୍ରୀଜଗନ୍ନାଥ ପବ୍ଲିକ୍ ସ୍କୁଲ୍‌ରେ ୭୮ତମ ସ୍ୱାଧୀନତା ଦିବସ ପାଳନ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଲବଣ ସତ୍ୟାଗ୍ରହ ସଲ୍‌ଟ୍‌ରୋଡ଼୍‌ସ୍ଥ ସ୍ଥାନୀୟ ସିନ୍ଦୂରୀ ଠାରେ ଶ୍ରୀ ଜଗନ୍ନାଥ ପବ୍ଲିକ୍ ସ୍କୁଲ୍‌ର ୭୮ତମ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି । ଅଧ୍ୟକ୍ଷା ଶ୍ରୀମତୀ ସରୋଜିନୀ ମିଶ୍ରଙ୍କ ପୌରୋହିତ୍ୟରେ ଉପସ୍ଥିତ ମୁଖ୍ୟ ଅତିଥି ବରିଷ୍ଠକବି ଶ୍ରୀଦେବ ଜାତୀୟପତାକା ଉତ୍ତୋଳନ କରି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ବାର୍ତ୍ତାଂଶ ପ୍ରଦାନ କରି ଆମ ସମାଜରେ ତଥାକଥିତ ବଡ଼ଲୋକଠୁ ଭଲଲୋକମାନେ ତିଆରି କରିବାର ଉପାଦେୟ କଥା ପ୍ରତି ବିଦ୍ୟାଳୟମାନେ ଦୃଷ୍ଟିଦେବାକୁ ସୂଚନା ପ୍ରଦାନ କରିଥିଲେ । ଶ୍ରୀଜଗନ୍ନାଥ ସ୍କୁଲ୍ ତଥା ବାଲେଶ୍ୱରର ସର୍ବପୁରାତନ ଆଇ.ଟି.ଆଇ. ଏମ୍‌.ଆଇ.ଟି.ସି. ପ୍ରତିଷ୍ଠାତା ଭାସ୍କର ଚନ୍ଦ୍ର ପାଣିଗ୍ରାହୀ, ସଂପାଦିକା ଶ୍ରୀମତୀ ଜୟନ୍ତୀ ଦେବୀ, ଉପଦେଷ୍ଟା ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏବଂ ରାମଚନ୍ଦ୍ର ପାଣିଗ୍ରାହୀ, ଶିକ୍ଷକ-ଶିକ୍ଷୟିତ୍ରୀ ସନ୍ତୋଷ ପଣ୍ଡା, ଏଚ୍‌.ଏଚ୍‌. ଶ୍ରୀରାମ, ରାଜେନ୍ଦ୍ର ପ୍ରସାଦ ଘୋଷ, ଜ୍ୟୋତିଷ ଦେ, ରଜତ ଅଧିକାରୀ, କ୍ରୀତିସୁନ୍ଦର ସେନ୍‌, ଅଜୟ ପ୍ରଧାନ, ଜୟନ୍ତୀ ଦାଶ, ମୋନାଲିସା ପଣ୍ଡା, ସସ୍ମିତା ଆଚାର୍ଯ୍ୟ, ପ୍ରଣୀତା ଅଗସ୍ତି, ପ୍ରିୟା ପାଲ୍‌, କବିତା ବେହେରା, ଜି. ସହୀନ୍‌, ଏନ୍‌.ସୁଲତାନା, ଅଫ୍ରିନ୍ କାଦ୍ରି, ରୂପରେଖା ବାରିକ, ଅନ୍ନପୂର୍ଣ୍ଣ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଦ୍ୱିଶତାଧିକ ଛାତ୍ରଛାତ୍ରୀ ଏକ ଦୀର୍ଘ ପ୍ୟାରେଡ଼୍ ମାର୍ଚ୍ଚ କରି ସ୍ଥାନୀୟ ଐତିହାସିକ ପୀଠ ‘ଚାଉଳିଆ ବରଗଛ’ସ୍ଥ ପ୍ରତୀକସ୍ତମ୍ଭରେ ପୁଷ୍ପାର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ