ଶ୍ରୀଜଗନ୍ନାଥ ମହାବିଦ୍ୟାଳୟରେ ଅବସରକାଳିନ ସମ୍ବର୍ଦ୍ଧନା ଉତ୍ସବ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :ନାଉଗାଁ ବ୍ଲକ ଅନ୍ତର୍ଗତ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟର କର୍ମଚାରୀ ପ୍ରମୋଦ କୁମାର ମିଶ୍ରଙ୍କ ଅବସରକାଳିନ ସମ୍ବର୍ଦ୍ଧନା ଉତ୍ସବ ଶନିବାର ମହା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରକ୍ଷୀରେ ମହାବିଦ୍ୟାଳୟର ପ୍ରଧ୍ୟାପକ ଜ୍ୟୋତିପ୍ରକାଶ ଲେଙ୍କାଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡା. ଚାଇନା ପ୍ରଧାନ ଯୋଗ ଦେଇ ଶ୍ରୀ ମିଶ୍ରଙ୍କ କର୍ମମୟ ଜୀବନର ଗୁଣାବଳୀର ସ୍କୃତିଚାରଣ କରିଥିଲେ । ତାଙ୍କ ସହିତ ମୁଖ୍ୟ ବକ୍ତା ଭାବେ ଦର୍ଶନ ବିଭାଗର ପ୍ରଧାପକ ବିଜୟ କୁମାର ସାହୁ, ସମ୍ମାନନୀୟ ବକ୍ତା ଭାବେ ଅଧ୍ୟାପକ ତୁଷାରକାନ୍ତ ଦାସ ଯୋଗ ଦେଇ ଶ୍ରୀ ମିଶ୍ରଙ୍କ କର୍ମମୟ ଜୀବନର ବିଭିନ୍ନ ଦିଗ ସଂର୍ପକରେ ଆଲୋକପାତ କରିଥିଲେ । ଶ୍ରୀ ମିଶ୍ରଙ୍କୁ ପୁଷ୍ପଗୁଚ୍ଛ, ଉତରୀୟ, ମାନପତ୍ର ଓ ବିଭିନ୍ନ ଉପହାର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ ସଭାକୁ ମୁଖ୍ୟ କିରାଣୀ ବିଜୟ କୁମାର ଦାସ, ସୁନିଲ କୁମାର ବିଶ୍ୱାଳ, ରମେଶ ଚନ୍ଦ୍ର ଦାସ, ସ୍ୱରାଜ ପରିଜା, ରାକେଶ ସ୍ୱାଇଁ, ଅରୁଣ ପରିଡା, ସରୋଜ କୁମାର ଲେଙ୍କା, ରଂଜିତ ମହାନ୍ତିଙ୍କ ସମେତ ଅନ୍ୟ କର୍ମଚାରୀମାନେ ପରିଚାଳନା କରିଥିଲେ । ଅଧ୍ୟାପକ ଚୌଧୁରୀ ବିନେଶ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।