ଶ୍ରୀଜଗନ୍ନାଥ ମହାବିଦ୍ୟାଳୟରେ କର୍କଟରୋଗ ସଚେତନତା ଓ କର୍କଟ ରୋଗ ନିରୂପଣ କର୍ମଶାଳା

ଗଂଜାମ, (ବିନୋଦ ପଲାଇ):ରମ୍ଭା ସହରର ସ୍ଥିତ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ପରିସରରେ ୟୁଆଇଏସ କ୍ୟାନସର ଫାଉଣ୍ଡେସନ ଚାରିଟେବୁଲ ଟ୍ରଷ୍ଟ ଭୁବନେଶ୍ୱର ଓ , ଗାୟତ୍ରୀ ପରିବାର ବିଶ୍ୱ ମଙ୍ଗଳ ଗୋ କଲ୍ୟାଣ ସମିତି ରମ୍ଭା , ଶ୍ରୀଜଗନ୍ନାଥ କନିଷ୍ଠ ଓ ଡିଗ୍ରୀ ମହା ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ରମ୍ଭା ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ଏକ କ୍ୟାନସର ସଚେତନତା ଓ କ୍ୟାନ୍ସର ରୋଗ ନିରୂପଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ସ୍ୱେଚ୍ଛାସେବୀ ସୁବାସ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଣ୍ଡଦେଉଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସୁପେରି ଟେଣ୍ଡେଣ୍ଟ ଡାକ୍ତର ସୌମ୍ୟକାନ୍ତ ମହାପାତ୍ର, ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ତଥା ଟିବି ଓ ହାର୍ଟ ବିଶେଷଜ୍ଞ ଡ଼ ନିରଞ୍ଜନ ଦାଶ, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ପ୍ରଦୀପ କୁମାର ଶତପଥି, ମୁଖ୍ୟ ବକ୍ତା ଭାବେ ହାଇଟେକ ମେଡିକାଲର ମୁଖ ଗହ୍ୱର ବିଶେଷଜ୍ଞ ଡ଼ ସନ୍ଦୀପ କୁମାର ସାମଲ,ଏମ କେସିଜି ମେଡ଼ିକାଲ ବ୍ରହ୍ମପୁରର ରେଡିସନ ଅଂକଲୋଜିଷ୍ଟ ଡ଼ ସରୋଜ କୁମାର ଦାଶ, ସମ୍ମାନିତ ବକ୍ତା ଭାବେ ହାଇଟେକ ମେଡିକାଲ ର ବରିଷ୍ଠ ଦନ୍ତ ଚିକିତ୍ସକ ଡ଼ ଅରୁପ ରଞ୍ଜନ ଦାଶ, ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଭୁବନେଶ୍ୱର ଜୋନର ସହ ସଂଯୋଜକ ଡ଼ ବୃନ୍ଦାବନ ମିଶ୍ର ପ୍ରମୁଖ ଯୋଗଦେଇ ମହାବ୍ୟାଧି କର୍କଟ ରୋଗ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ରମ୍ଭାର ଶ୍ରୀ ଜଗନ୍ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଡିଗ୍ରୀ ମହା ବିଦ୍ୟାଳୟ, ବାଳିକା ଓ ବାଳକ ଉଚ୍ଚ ବିଦ୍ୟାଳୟର ଜେଆରସି,ଏନଏସଏସ ଏବଂ ଏନସିସି ୟୁନିଟ ମିଳିତ ଉଦ୍ୟମରେ ରମ୍ଭା ଏନଏଏସିରୁ କଲେଜ ଛକ ପର୍ଯ୍ୟନ୍ତ ପ୍ଲା କାର୍ଡ, ପୋଷ୍ଟର, ବ୍ୟାନର,ଲିଫଲେଟ ବାଣ୍ଟି କ୍ୟାନସର ସଚେତନତା ଶୋଭାଯାତ୍ରା ବଜାର ପରିକ୍ରମା କରାଯାଇଥିଲା। ।ଏହି କାର୍ଯ୍ୟକ୍ରମକୁ ଶ୍ରୀ ଜଗନ୍ନାଥ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଧ୍ୟାପକ ପ୍ରସାଦ ରାଓ ପୃଷ୍ଟି ମଞ୍ଚ ପରିଚାଳନା କରିଥିବାବେଳେ ଗାୟତ୍ରୀ ପରିବାରର ପଞ୍ଚାନନ ଖଟୁଆ, ଶେଷଦେବ ବେହେରା, ୟୁଆଇସ ଟ୍ରଷ୍ଟର ଇଂ ଗୋପାଳକୃଷ୍ଣ ଦାଶ, ରାଜରାମ ପାଢ଼ୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ବ ସମାଜ ସେବୀ ପୂର୍ଣ୍ଣଚନ୍ଦ୍ର ବେହେରା , ଭରସା ର ସମ୍ପାଦକ ସ୍ୱେଚ୍ଛାସେବୀ ଦୂର୍ଗା ମାଧବ ପାଣିଗ୍ରାହୀ ଓ ସ୍ୱେଚ୍ଛାସେବୀ ପଞ୍ଚାନନ ଖଟୁଆଙ୍କ ସମେତ ଅନ୍ୟାନ୍ୟଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଉମାକାନ୍ତ ସାହୁ, ମୋଚିରମ ବେହେରା, ଝଡ଼ିଆ ନାହାକ ପ୍ରମୂଖଙ୍କ ସମେତ,ବହୁ ସମାଜସେବୀ, ସ୍ବେଚ୍ଛାସେବୀ , ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।ଏହି ପରିଶେଷରେ ଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଧ୍ୟାପକ ଅଭିମନ୍ୟୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ