ଶ୍ରୀଜଗନ୍ନାଥ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ପାଠ୍ୟଚକ୍ର
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଲକସ୍ଥିତ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟରେ ‘ସାଂପ୍ରତିକ ଭାରତ ନିମନ୍ତେ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା’ ଶୀର୍ଷକ ଉପରେ ଏକ ରାଜ୍ୟସ୍ତରୀୟ ପାଠ୍ୟଚକ୍ର ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଡା. ଚାଇନା ପ୍ରଧାନଙ୍କ ପୌରୋହିତ୍ୟରେ ଆୟୋଜିତ ପାଠ୍ୟଚକ୍ରରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ପ୍ରତିଷ୍ଠାତା ସଂପାଦକ ଜ୍ୟୋତିଷ ଚନ୍ଦ୍ର ଦାସ ଯୋଗ ଦେଇ ସାଂପ୍ରତିକ ପରିସ୍ଥିତରେ ଶିକ୍ଷାର ଗୁଣାତ୍ମକମାନ ବୃଦ୍ଧି ଦିଗରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ପରିଚାଳନା ସମିତିର ସଭାପତି ମନୋଜ କୁମାର ମହାନ୍ତି ଯୋଗ ଦେଇ ଆମ ଦେଶରେ ଶିକ୍ଷାର ଗୁଣାତ୍ମକ ବୃଦ୍ଧି ନିମନ୍ତେ ଶୈକ୍ଷିକ ପ୍ରଶାସନ କ୍ଷେତ୍ରରେ ପରିବର୍ତନର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ଡା. କାର୍ତିକ ଦାସ, ପ୍ରଧ୍ୟାପକ ବିଭୁତି ଭୂଷଣ ସ୍ୱାଇଁ, ପ୍ରଫେସର ଡା. ତ୍ରିନାଥ ଦାସ ପ୍ରମୁଖ ଯୋଗ ଦେଇ ଗୁୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ପାଠ୍ୟଚକ୍ରରେ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟର ବହୁ ସଂଖ୍ୟାରେ ଜ୍ଞାନୀମାନୀ ଅଧ୍ୟାପକ ଓ ଅଧ୍ୟାପିକାମାନେ ଯୋଗ ଦେଇ ସନ୍ଧର୍ଭ ସମ୍ବନ୍ଧୀୟ ମତାମତ ଉପସ୍ଥାପନ କରିଥିଲେ । ପ୍ରଚଳିତ ଶିକ୍ଷା ବ୍ୟବସ୍ଥାରେ ରହିଥିବା କେତେ ଗୁଡାଏ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆବଶ୍ୟକୀୟ ପରିବର୍ତନ ଆଣିପାରିଲେ ଶିକ୍ଷା ବ୍ୟବସ୍ଥାର ଅନେକାଂଶରେ ବୃଦ୍ଧି ପାଇପାରିବ ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷ ଡା. ପ୍ରଧାନ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ମହବିଦ୍ୟାଳୟ ପରିସରରେ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଏକ ପ୍ରତିମୂର୍ତି ମହାବିଦ୍ୟାଳୟର ଅଧ୍ୟକ୍ଷ ଡା.ଚାଇନା ପ୍ରଧାନଙ୍କ ପୃଷ୍ଟପୋଷକତାରେ ଅତିଥିମାନଙ୍କ ଦ୍ୱାରା ଉତ୍ମୋଚିତ ହୋଇଥିଲା । ପାଠ୍ୟଚକ୍ର ପ୍ରସଙ୍ଗ ସନ୍ଧର୍ଭକୁ ଅଧ୍ୟାପକ ତୁଷାରକାନ୍ତ ଦାସ ଓ ଅଧ୍ୟାପିକା ମନଲୋଭା ପ୍ରଧାନ ଉପସ୍ଥାପନା କରିଥିଲେ । ଅଧ୍ୟାପକ ହୃଦାନନ୍ଦ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ପ୍ରଭାତ କୁମାର ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାଧ୍ୟପକ ଜ୍ୟୋତିପ୍ରକାଶ ଲେଙ୍କା, ପ୍ରାଧ୍ୟାପକ ବିଜୟ କୁମାର ସାହୁ, ପ୍ରଧ୍ୟାପକ ଚନ୍ଦ୍ରଶେଖର ପୁହାଣ,ଅଧ୍ୟାପକ ଚୈତନ୍ୟ ଚରଣ ପରିଡା, ଅଧ୍ୟାପକ ଦିନେଶ କୁମାର ଦାସଙ୍କ ସମେତ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା କାର୍ଯ୍ୟକ୍ରମକୁ ପରିଚାଳନା କରୁଥିବା ବେଳେ କର୍ମଚାରୀ ସରୋଜ କୁମାର ଲେଙ୍କା, ରଂଜିତ କୁମାର ମହାନ୍ତି, ସ୍ୱରାଜ କୁମାର ପରିଜା, ପପିନ୍ଦ୍ର ଲେଙ୍କା, ଏମଏସ ନିହାର ରଂଜନଙ୍କ ସହିତ ଅନ୍ୟ କର୍ମଚାରୀ,ରେଡକ୍ରସ ଓ ଏନ୍ଏସଏସ ସ୍ୱେଛାସେବୀମାନେ ସହଯୋଗ କରିଥିଲେ ।