ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷଣା ପରିଷଦ ପକ୍ଷରୁ ” ମୁରୁଜରେ ମୋ ଜଗନ୍ନାଥ ” କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷଣା ପରିଷଦର ସଭାପତି ତିମିର ରଞ୍ଜନ ପଣ୍ଡାଙ୍କ ସଭାପତିତ୍ବରେ ସ୍ଥାନୀୟ ଲିଟିଲ୍ ଫ୍ଲାୱାର୍ ସ୍କୁଲର ସଭା ଗୃହରେ” ମୁରୁଜରେ ମୋ ଜଗନ୍ନାଥ” କାର୍ଯ୍ୟକ୍ରମ ପାଇଁ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଅଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ପରିଷଦର ସମ୍ପାଦକ ରଞ୍ଜନ କୁମାର ନନ୍ଦ ସ୍ବାଗତଭାଷଣ ଦେବାସହ ପରିଷଦର କାର୍ଯ୍ୟକ୍ରମ ସମ୍ପର୍କରେ ବିଷଦ ବିବରଣୀ ଉପସ୍ଥାପନା କରିଥିଲେ । ଗତବର୍ଷ ପ୍ରଥମ ଥର ପାଇଁ ରାସପୂଣ୍ଣିମାା ଅବସରରେ ସ୍ଥାନୀୟ ଗୁଣ୍ଡିଚାମନ୍ଦିର ଠାରୁ ଡାକ୍ତରଖାନା ଛକ ପର୍ଯ୍ୟନ୍ତ ମୁରୁଜ ଦାଣ୍ଡରେ ଚିତାକର୍ଷକ ମୁରୁଜ ଅଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଏଥିରେ ବିଭିନ୍ନ ସଂଗଠନ,ସ୍କୁଲ,କଲେଜ ର ପ୍ରତିଯୋଗୀ ମାନେ ଅଂଶଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମଟି ଜନସାଧାରଣରେ ଉଚ୍ଚ ପ୍ରଶଂସିତ ହୋଇଥିଲା । ଏ ବର୍ଷ ରାସପୂଣ୍ଣିମା ନଭେମ୍ବର ମାସ ୩୦ତାରିଖ ହେଉଥିବାରୁ ସେହି ଦିନ ମୁରୁଜ ପ୍ରତିଯୋଗିତା ଅନୁଷ୍ଠିତ ହେବ । ମାତ୍ର କରୋନା ପରିପ୍ରେକ୍ଷୀରେ ଏହାର ରୂପରେଖ କିପରି ହେବ ବୈଠକରେ ଆଲୋଚନା କରାଯାଇଥିଲା ।ଉକ୍ତ ଆଲୋଚନାରେ ପରିଷଦର ଉପସଭାପତି ବିଜୟ କୁମାର ରାମ ଓ କାଳିପ୍ରସନ୍ନ ମହାନ୍ତି, ସଂଗଠନ ସଂପାଦକ ଡଃ ଦିଗମ୍ବର ଗିରି, ସହ ସମ୍ପାଦକ କିଶୋର କୁମାର ରଜକ , କୋଷାଧ୍ୟକ୍ଷ ମାନସ ରଞ୍ଜନ ପରିଡା,ସକ୍ରିୟ ସଦସ୍ୟ କୌଶିକ ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରିଥିଲେ ।କରୋନାର ନିୟମାବଳୀ ଅନୁଯାୟୀ ପ୍ରଶାସନର ଅନୁମତି ମିଳିଲେ,ସାମାଜିକ ଦୂରତ୍ବ ବଜାଇ ରଖି କାର୍ଯ୍ୟକ୍ରମକୁ ପରିଚାଳନା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଯଦି ଏହା ସମ୍ଭବ ନହୁଏ ଏହାର ବିଭିନ୍ନ ବିକଳ୍ପ ବିଷୟରେ ଆଲୋଚନା କରାଯାଇଥିଲା । ସଭା ଶେଷରେ ଡଃ ଗିରି ସମସ୍ତଙ୍କୁ ଧନ୍ଯବାଦ୍ ଅର୍ପଣ କରିଥିଲେ ।


