ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରବଚନ କାର୍ଯ୍ୟକ୍ରମ ଉଦଯାପିତ
ହିଂଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ): ହିଂଜିଳିକାଟୁ ପୌରାଂଚଳ ଭଗବତ କଥା ବିତରଣ ପରିଷଦ ପକ୍ଷରୁ ପୌରାଂଚଳ ପାଟଣା ସାହି ଲକ୍ଷ୍ମୀ ନୃସିଂହ ମନ୍ଦିର ସମ୍ମୁଖରେ ଗତ ୧୫ ତାରିଖ ଠାରୁ ପାଂଚଦିନ ବ୍ୟାପି ଅନୁଷ୍ଠିତ ହୋଇଥିବା ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରବଚନ କାର୍ଯ୍ୟକ୍ରମ ରବିବାର ଉଦଯାପିତ ହୋଇଯାଇଛି । ପ୍ରବଚକ ଭାବେ ପୂରୀର ପଣ୍ଡିତ କପିଳେନ୍ଦ୍ର ନାୟକ ଯୋଗଦେଇ ପ୍ରଭୂ ଶ୍ରୀଜଗନ୍ନାଥଙ୍କ ଆର୍ବିଭାବ ସହ ୩୨ ପ୍ରକାର ବେଶ, ଦ୍ୱାଦଶ ଯାତ୍ରା, ବିଭିନ୍ନ ମଠ ମାନଙ୍କ ସହ ଶ୍ରୀମନ୍ଦିରର ସେବା ସମ୍ପର୍କ, ଶ୍ରୀମନ୍ଦିରର ଭୌଗଳିକ ଚିତ୍ର ସହ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜାଙ୍କ ଦାୟିତ୍ୱ ସମ୍ପର୍କରେ ପ୍ରବଚନ ମାଧ୍ୟମରେ ଶ୍ରେତାଗଣଙ୍କୁ ଶବଚ୍ଚ କରାଇଥିଲେ । ଶ୍ରୀଜଗନ୍ନାଥ ଆମ ସମସ୍ତଙ୍କ ଆରାଧ୍ୟ ଦେବତା ହେବା ସତ୍ୱେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବେଶ, ଯାତ୍ରାନୀତି, ପ୍ରସାଦ ଇତ୍ୟାଦି ଉପରେ ଜନସାଧାରଣ ଅଜ୍ଞ ଥିଲେ । ପ୍ରଭୁଙ୍କ ଅମୃତବଚନ ସକାଶେ ସ୍ଥାନୀୟ ପୌରାଂଚଳ ସମେତ ନିକଟବର୍ତି ଅଂଚଳର ବହୁ ଶ୍ରଦ୍ଧାଳୁ ପ୍ରତ୍ୟେହ ସନ୍ଧ୍ୟାରେ ଭିଡ଼ ଜମାଉଥିଲେ । ଭଗବତ କଥା ବିତରଣ ପରିଷଦ ପକ୍ଷରୁ ଆଧ୍ୟାତ୍ମିକ ଚେତନା ସୃଷ୍ଟି ପାଇଁ ପ୍ରତ୍ୟେକ ବର୍ଷର ଗ୍ରୀଷ୍ମ ଓ ଶୀତ ଋତୁରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କରାଯିବା ସହ ରଚନାତ୍ମ କାର୍ଯ୍ୟକ୍ରମ ଯଥା ବୃକ୍ଷରୋପଣ, ଶିକ୍ଷାର୍ଥୀଙ୍କ ମେଧା ବିକାଶ ପାଇଁ ବିଭିନ୍ନ ପ୍ରତିଯୋଗିତା, ଯୋଗ ଶିବିର, ସ୍ୱାସ୍ଥ୍ୟ ଶିବିର ସହ ନିଶା ନିବାରଣ କାର୍ଯ୍ୟକ୍ରମ କରାଯାଉଛି । ପାରିଷଦର ସଭାପତି ଦେବାନନ୍ଦ ମହାପାତ୍ର, ଉପାଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ପଣ୍ଡା, ସାଧାରଣ ସମ୍ପାଦକ ମନୋଜ କୁମାର ସାହୁ, ସମ୍ପାଦକ ପ୍ରିୟଦର୍ଶୀ ପଟ୍ଟନାୟକ, କୋଷାଧ୍ୟକ୍ଷ ନିଳମାଧବ ଦ୍ୟାନସୁମନ୍ତ, ସମୀକ୍ଷକ ଡ଼ଃ ରମେଶ ଚନ୍ଦ୍ର ଚୌଧୁରୀ ପ୍ରଫେସର ଅରବିନ୍ଦ ପଣ୍ଡା, ଶିକ୍ଷାବିତ୍ ଏ. ଶଙ୍କରପ୍ରସାଦ ଆଚାରୀ, ସୁରେଶ କୁମାର ସାହୁ, ଡ଼ଃ. ଗଦାଧର ବେହେରା, ହରିହର ଚୌଧୁରୀ, ବିଜୟ କୁମାର ପାଣିଗ୍ରାହୀ, ରୋହିତ ପାଢି, ଶକୁନ୍ତଳା ସାହୁ, ସଂଯୁକ୍ତା ବେହେରା, ହରିହର ପଣ୍ଡା, ଜଗନ୍ନାଥ ପାଠି ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।