ଶ୍ରୀଜଙ୍ଗ ଗ୍ରାମପଞ୍ଚାୟତ ସ୍ଥିତ ମଲ୍ଲିକା ସାଗର ପୋଖରୀର ପୁନରୁଦ୍ଧାର କାର୍ଯ୍ୟକ୍ରମର ଶୁଭ ଶିଳାନ୍ୟାସ
ବାଲେଶ୍ୱର, (ସରୋଜ ପଣ୍ଡା):ଶନିବାର ଦିନ ସକାଳ ୧୦ ଘଟିକା ସମୟରେ ରେମୁଣା ବ୍ଲକ ଅଧିନସ୍ଥ ଶ୍ରୀଜଙ୍ଗ ଗ୍ରାମପଞ୍ଚାୟତର ମଲ୍ଲିକା ସାଗର ପୋଖରୀ ପୁନରୁଦ୍ଧାର କାର୍ଯ୍ୟକ୍ରମର ଶୁଭ ଶିଳାନ୍ୟାସ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସରକାରୀ ଉପମୁଖ୍ୟ ସଚେତକ ତଥା ବିଧାୟକ ରେମୁଣା ଗୋବିନ୍ଦ ଚନ୍ଦ୍ର ଦାସ, ସମ୍ମାନିତ ଅତିଥି ଭାବେ ରେମୁଣା ପଞ୍ଚାୟତ ସମିତି ଅଧ୍ୟକ୍ଷ ରାଜେନ୍ଦ୍ର ରାଉତ, ଶ୍ରୀଜଙ୍ଗ ପଞ୍ଚାୟତ ସରପଞ୍ଚ କବିତା ସେଠୀ, ସମିତି ସଭ୍ୟ ଗଣେଶ କୁମାର ମଲ୍ଲିକ ଉପସ୍ଥିତ ଥିଲେ। ଏହା ଏକ ବହୁ ଐତିହ ବହନ କରୁଥିବା ପୁରାତନ ପୋଖରୀ ଅଟେ। ଏହାର ପୁନରୁଦ୍ଧାର କାର୍ଯ୍ୟକ୍ରମ ମାନ୍ୟବର ବିଧାୟକଙ୍କ ପ୍ରଚେଷ୍ଟାରେ ହୋଇଥିବାରୁ ଅଞ୍ଚଳ ବାସୀ ବହୁ ଖୁସି ପ୍ରକାଶ କରିଥିଲେ। ଅଞ୍ଚଳର ଭୌଗଳିକ ଦୃଷ୍ଟିକୋଣରୁ ଏହାକୁ ଲାଗି ରହିଛି ସମୁଦ୍ର ତଟ। ଏହି ଅଞ୍ଚଳରେ ଅଛି ଏକ ଐତିହାସିକ ସ୍ଥାନ ଲବଣ ସତ୍ୟାଗ୍ରହର ସ୍ମୃତି ପୀଠ। ଇତିହାସ ଏହାର ମୁକ ସାକ୍ଷୀ, ଅଞ୍ଚଳର ବହୁ ବୀର ପୁଅ ମାନେ ଲବଣ ସତ୍ୟାଗ୍ରହରେ ପ୍ରମୁଖ ଭାବରେ ଅଂଶଗ୍ରହଣ କରିଥିଲେ। ଏହି ସବୁକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳର ବିକାଶ ସହିତ ଅଞ୍ଚଳକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦିଆଯିବ ବୋଲି ବିଧାୟକ ଉପସ୍ଥିତ ଲୋକଙ୍କୁ କହିଥିଲେ। ଯାହା ଫଳରେ ଏହି ଅଞ୍ଚଳର ସୋନ୍ଦର୍ଯ୍ୟତା ବୃଦ୍ଧି ପାଇବା ସହିତ ଏଠାକାର ଲୋକମାନେ ଆତ୍ମ ଆତ୍ମନିର୍ଭରଶୀଳ ହେବେ। ଏହି କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ମାନସ କୁମାର ମହାନ୍ତି, ପୂର୍ବତନ ମଣ୍ଡଳ ସଭାପତି ବିଭୂତି ସେନାପତି, ମିଥୁନ ମଲ୍ଲିକ,ଦେବେନ୍ଦ୍ର ମଲ୍ଲିକ,ଖଗେଶ ଚନ୍ଦ୍ର ଦାସ,କମଳାକାନ୍ତ ବାରିକ,ନକୁଳ ପରିଡ଼ା,ଅନୁକୂଳ ବିଶ୍ବାଳ,ବାୟା ସେନାପତି, ଗଙ୍ଗାଧର ମଲ୍ଲିକ,ପଦ୍ମଲୋଚନ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।