ଶ୍ରୀତମ ନାୟକଙ୍କ ମୃତ୍ୟୁ ଘଟଣାର ସଠିକ ତଦନ୍ତ ଦାବି କରି ପଂଚାୟତବାସୀଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ଥାନା ଅନ୍ତର୍ଗତ ଘୋଡାଂଶ ଗ୍ରାମର ଶ୍ରୀତମ ନାୟକଙ୍କ ମୃତ୍ୟୁକୁ ୧୭ଦିନ ବିତିଯାଇଛି । ଏପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ସଠିକ ତଦନ୍ତ କରାଯାଇ ନଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ମୃତ ଛାତ୍ରର ସଠିକ ତଦନ୍ତ କରାଯାଇ ସତ୍ୟତା ଲୋକଲୋଚନକୁ ଆଣିବା ପାଇଁ ମଙ୍ଗଳବାର ଘୋଡାଂଶ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ପଂଚାୟତର ସରପଂଚ ନିହାର ରଂଜନ ବସ୍ତିଆ ଓ ସମାଜସେବୀ ରବିନ୍ଦ୍ରନାଥ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଆସନ୍ତା ୩୧ ତାରିଖ ମଧ୍ୟରେ ଶ୍ରୀତମଙ୍କ ମୃତ୍ୟୁ ଉପରୁ ପରଦା ନ ହଟିଲେ ଏହି ବ୍ଳକରେ ଥିବା ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ପଂଚାୟତର ଶତାଧିକ ମହିଳା ନିରବତାର ସହ ଧାରଣାରେ ବସିବେ ବୋଲି ଚେତାବନୀ ଦିଆଯାଇଛି । ପ୍ରକାଶଯୋଗ୍ୟ ଯେ ଶ୍ରୀତମ ଅକ୍ଟୋବର ୨ତାରିଖରେ ଗାନ୍ଧୀ ଜୟନ୍ତୀ ଦିନ ବିଦ୍ୟାଳୟକୁ ଟିଉସନ ଯାଇ ଘରକୁ ଫେରି ନଥିଲେ । ବିଦ୍ୟାଳୟ ପରିସରରେ ଥିବା ପୋଖରୀରୁ ତାଙ୍କ ମୃତ ଶରୀର ବାହାରିଥିଲା । ପରିବାର ପକ୍ଷରୁ ତାଙ୍କୁ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ କରାଯାଇଥିଲା