ଶ୍ରୀନୃସିଂହ ଚର୍ତୁଦର୍ଶୀ ପାଇଁ ପାରଳା ଶ୍ରୀଜଗନ୍ନାଥ ମନ୍ଦିର ଚଳ ଚଞ୍ଚଳ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଆଜି ପବିତ୍ର ଶ୍ରୀନୃସିଂହ ଚର୍ତୁଦର୍ଶୀ ଅଟେ. ଏହି ଅବସରରେ ପାରଳା ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀନୃସିଂହ ଚର୍ତୁଦର୍ଶୀ ଅତ୍ୟନ୍ତ ଭକ୍ତିପୂତ ଭାବେ ମହାସମାରୋହରେ ପାଳିତ ହୋଇଛି. ଆଜି ଭୋର ସକାଳୁ 3 ଠାକୁରଙ୍କୁ ଅତ୍ୟନ୍ତ ସୁନ୍ଦର ଭାବେ ସାଜସଜ୍ଜା କରାଯାଇଛି. ପ୍ରଭୁ ଶ୍ରୀ ବଳଭଦ୍ରଙ୍କୁ ଶ୍ରୀନୃସିଂହ ଅବତାରରେ ଅତ୍ୟନ୍ତ ଚମତ୍କାର ଭାବେ ସଜ୍ଜିତ କରି ବିହିତ ପୂଜା ଵିଧି ଦ୍ୱାରା ପୂଜା ପାଠ କରାଯାଇ ଭକ୍ତଙ୍କ ଦର୍ଶନ ପାଇଁ ମନ୍ଦିର ତରଫରୁ ସମସ୍ତ ଆୟୋଜନ କରାଯାଇଛି. ଏଥିନେଇ ଆଜି ସକାଳୁ ସକାଳୁ ପାରଳା ଶ୍ରୀଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଜମି ଥିଲା. ଭକ୍ତମାନେ ପ୍ରଭୁଙ୍କୁ ପ୍ରଦୀପ ଦାନ କରି ପୂଜା ପାଠ କରିଥିଲେ. ପାରଳା ଶ୍ରୀଜଗନ୍ନାଥ ମନ୍ଦିରର ପୂଜକ ରାମଚନ୍ଦ୍ର ପଣ୍ଡା, କୁନୁ ଅଧିକାରୀ, ହୃଷିକେଶ ସୁଆର ପ୍ରମୁଖଙ୍କ ପ୍ରତେକ୍ଷ ପରିଚାଳନାରେ ଆଜିର ପୂଜା ଵିଧି ଓ ସଜ୍ଜାସଜାର ଆୟୋଜନ କରାଯାଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ