ଶ୍ରୀପଞ୍ଚମୀ ଅବସରରେ ବେଲଗୁଣ୍ଠା ଶ୍ରୀ ଆନନ୍ଦ କବିଚନ୍ଦ୍ର ନାଟ୍ୟ ପରିଷଦ ଓ ରୁଦ୍ର କାଳୀ ନାଟ୍ୟ ପରିଷଦ ପକ୍ଷରୁ ନାଟ୍ୟ ପୁସ୍ତକ ପୂଜା
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ସଂସ୍କୃତି ପରମ୍ପରା ସମ୍ପନ୍ନ ସହର ବେଲଗୁଣ୍ଠା ସହରର ଦଣ୍ଡ ନାଚ ଗଞ୍ଜାମ ଜିଲ୍ଲାରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ।ବେଲଗୁଣ୍ଟା ସହରରେ ଥିବା ଦୁଇ ଦଣ୍ଡ ନାଚ କମିଟି ଶ୍ରୀ ଆନନ୍ଦ କବିଚନ୍ଦ୍ର ଦଣ୍ଡ କାଳୀ ନାଟ୍ୟ ପରିଷଦ ଓ ରୁଦ୍ର କାଳୀ ନାଟ୍ୟ ପରିଷଦ ତରଫରୁ ଆଗାମୀ ଦଣ୍ଡ ନାଚ ଉପଲକ୍ଷେ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି ।ଏହି ଅବସରରେ ପୁର୍ବ ପରମ୍ପରା ଅନୁଯାୟୀ ଏହି ଦୁଇ ନାଟ୍ୟ ପରିଷଦର ନୂତନ ନାଟ୍ୟ ପୁସ୍ତକ ପୂଜା ପବିତ୍ର ଶ୍ରୀପଞ୍ଚମୀ ଅବସରରେ ବର୍ଣ୍ଣାଢ଼୍ୟ ପରିବେଶରେ ଅନୁଷ୍ଠିତ ହୋଇଯାଇଅଛି ।ପୁସ୍ତକ ପୁଜା ପରେ ଦୁଇ କମିଟି ତରଫରୁ ନିମନ୍ତ୍ରିତ ଅତିଥି ମାନଙ୍କୁ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା ।ଦୁଇଟି ପୃଥକ ଶୋଭାଯାତ୍ରାରେ ବେଲଗୁଣ୍ଠା ସହରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।ଆନନ୍ଦ କବିଚନ୍ଦ୍ର ଦଣ୍ଡ କାଳୀ ନାଟ୍ୟ ପରିଷଦ ସଭାପତି ତଥା ଗଞ୍ଜାମ ଜିଲ୍ଲା ଦଣ୍ଡ ନାଚ ବ୍ଳକ ସଂଯୋଜକ ଏସ୍.ଭାସ୍କର ପାତ୍ର,ସତ୍ଵାଧିକାରୀ ଶଙ୍କର ଦଳେଇ, ସମ୍ପାଦକ ସୁଶାନ୍ତ କୁମାର ବେହରା, ମ୍ୟାନେଜର ଶଙ୍କର ବେହରା, ସଦସ୍ୟ ବ୍ରଜେନ୍ଦ୍ର ପତି,କାଶୀନାଥ ସାହୁ,ସଂଜୟ ବେହେରା.ପ୍ରକାଶ ଚନ୍ଦ୍ର ସାହୁ, ଶିବାଶିଷ ସାହୁ ପ୍ରମୁଖ ପରିଚାଳନା କରିଥିଲେ ।ସେହିପରି ଖଦାଳ ସାହି ମାଁ ରୁଦ୍ର କାଳୀ ନାଟ୍ୟ ପରିଷଦ ନୂତନ ନାଟ୍ୟ ପୁସ୍ତକ ଶାସନ ସାହି ଚନ୍ଦ୍ର କଳ୍ପେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା । ମନ୍ଦିର ପରିଚାଳନା କମିଟି ସଭାପତି ତଥା ଯୁବ ସଙ୍ଗଠକ ଜିତେନ୍ଦ୍ର ସୁବୁଦ୍ଧି, ପୁର୍ବତନ କାଉନସିଲର ଦଣ୍ଡ ପରିଚାଳନା କମିଟି ସଭାପତି ଚିନଂ ଲିଙ୍ଗରାଜ ପାତ୍ର, ଉପଦେଷ୍ଟା ଭି ଦେବୀ ପ୍ରସାଦ ପାତ୍ର, ସମ୍ପାଦକ ବାଳକୃଷ୍ଣ ପାତ୍ର, ଜଗନ୍ନାଥ ନାଇକ,କାମ୍ପ ନାଇକ ପ୍ରମୁଖ ପରିଚାଳନା କରିଥିଲେ ।ଦୁଇ କାର୍ଯ୍ୟକ୍ରମରେ ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠୀଙ୍କ ସମେତ ସମସ୍ତ କାଉନସିଲର ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।