ଶ୍ରୀବତ୍ସ ଗୋରକ୍ଷା ଆଶ୍ରମ ୧୫୧ କୁଣ୍ଡୀୟ ଶାନ୍ତି ଯଜ୍ଞ ଉଦଯାପିତ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଗଞ୍ଜାମ ଜିଲ୍ଳା ବେଲଗୁଣ୍ଠା ସହର ନିକଟବର୍ତ୍ତୀ ତନରଡା ଠାରେ ରହିଛି ଶ୍ରୀବତ୍ସ ଗୋରକ୍ଷା ଆଶ୍ରମ I ବିଶିଷ୍ଟ ଆର୍ଯ୍ୟ ସଂସ୍କାରକ ଶ୍ରୀବତ୍ସ ପଣ୍ଡାଙ୍କ ନାମରେ ନାମିତ ହୋଇଛି ଏହି ଆଶ୍ରମ I ଚଳିତ ବର୍ଷ ପାଳିତ ହୋଇ ଯାଇଛି ଆଚାର୍ଯ୍ୟ ଶ୍ରୀବତ୍ସ ପଣ୍ଡାଙ୍କ ୧୫୨ ତମ ଜୟନ୍ତୀ ଉତ୍ସବ I ଆଜି ଥିଲା ଆଚାର୍ଯ୍ୟ ଶ୍ରୀବତ୍ସ ପଣ୍ଡାଙ୍କ ୧୫୨ ତମ ଜନ୍ମ ଜୟନ୍ତୀର ଉଦଯାପନୀ ଉତ୍ସବ ଥିଲା I ଏଥିରେ ୧୫୧ କୁଣ୍ଡୀୟ ଶାନ୍ତି ଯଜ୍ଞ ଅନୁଷ୍ଠିତ ହୋଇଥିଲା I ଗୋରକ୍ଷା ଶ୍ରମ ଟ୍ରଷ୍ଟିର ଅଧ୍ୟକ୍ଷ ଆଚାର୍ଯ୍ୟ ସୁଦର୍ଶନ ଦେବଜୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ତନରଡା ସ୍ଥିତ ଗୋରକ୍ଷା ଆଶ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ସମ୍ମାନୀତ ଅତିଥି ଭାବେ ସୋରଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ଏବଂ ବେଲଗୁଣ୍ଠା ବ୍ଳକ୍ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ଯୋଗ ଦେଇଥିଲେ I ଏହି ଅବସରରେ ଗୋରକ୍ଷା ସେବା ଆଶ୍ରମ ପରିସରରେ ସଂସ୍କାରକ ଆଚାର୍ଯ୍ୟ ଶ୍ରୀବତ୍ସ ପଣ୍ଡାଙ୍କ ଏକ ପ୍ରତିମୂର୍ତ୍ତୀ ସ୍ଥାପନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସାହୁ ପ୍ରତିଶୃ୍ତି ଦେଇଥିବା ବେଳେ ଏହାକୁ ଆଗାମୀ ଏକ ମାସ ମଧ୍ୟରେ ସମ୍ପନ୍ନ କରାଯିବ ବୋଲି ବିଧାୟକ ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ I ସେହିପରି ବ୍ଳକ୍ ଅଧ୍ୟକ୍ଷ ଶ୍ରୀ ନାୟକ ଆଶ୍ରମରେ ଏହିଭଳି ପୂଜ୍ୟପୂଜା କାର୍ଯ୍ୟକ୍ରମ ସାମାଜିକ ସ୍ଥିତପ୍ରଜ୍ଞର ପରିଚୟ ପ୍ରଦାନ କରୁଛି ବୋଲି ମତବ୍ୟକ୍ତ କରିଥିଲେ I କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱାମୀ ଆତ୍ମାନନ୍ଦ ସରସ୍ଵତୀ ଜୀ, ଆଚାର୍ଯ୍ୟ ବାମଦେବ ଜୀ, ଆଚାର୍ଯ୍ୟ ବେଦପ୍ରକାଶ ଜୀ, ବ୍ରହ୍ମଚାରୀ କବିନ୍ଦଜୀ,ଝାରସୁଗୁଡ଼ା ପରମାଣପୁର ବାନପ୍ରସ୍ଥ ବୈଦିକ ଯୋଗାଶ୍ରମର ବାନପ୍ରସ୍ଥ ମିତ୍ରାନନ୍ଦ ଜୀ, କାନପୁର ଆଶ୍ରମର ବାନପ୍ରସ୍ଥ ଶ୍ରୁତିପ୍ରିୟଙ୍କ ସମେତ ପନ୍ଦରଟି ଜିଲ୍ଲାର ବହୁ ସାଧୁସନ୍ଥ ଓ ଆର୍ଯ୍ୟ ପ୍ରେମୀ ଯୋଗ ଦେଇଥିଲେ I ଏହି ଅବସରରେ ଶ୍ରୀବତ୍ସ ପଣ୍ଡା ଗୋରକ୍ଷା ଆଶ୍ରମ ରାଜ୍ୟ ସଂସ୍କୃତି ବିଭାଗର ଦୃଷ୍ଟି ଆଢୁଆଳରେ ରହି ଯାଇଥିବା ନେଇ ଉପସ୍ଥିତ ବହୁ ବକ୍ତା କ୍ଷୋଭ ପ୍ରକାଶ କରିଥିଲେ I ଏନେଇ ଏହି ଆଶ୍ରମର ପ୍ରଚାର ପ୍ରସାର ଦିଗରେ ରାଜ୍ୟ ସଂସ୍କୃତି ବିଭାଗ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରୁ ବୋଲି ବକ୍ତାମାନେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ I ଏହାର ଉତ୍ତରରେ ମହାନ୍ ସଂସ୍କାରକ ଶ୍ରୀବାସ ପଣ୍ଡାଙ୍କ ଅବଦାନକୁ ସମଗ୍ର ରାଜ୍ୟରେ ପରିଚିତ ଓ ପରିବ୍ୟାପ୍ତ କରିବା ପାଇଁ ରାଜ୍ୟ ସଂସ୍କୃତି ବିଭାଗ ସହ ଆଲୋଚନା କରି ଖୁବ୍ ଶୀଘ୍ର ଊପଯୁକ୍ତ କାର୍ଯ୍ୟପନ୍ଥା ଗ୍ରହଣ କରିବେ ବୋଲି ମନ୍ତ୍ରୀ ଶ୍ରୀ ସାହୁ ପ୍ରକାଶ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ