ଶ୍ରୀବନ୍ତପୁରରେ ନୂତନ ଟ୍ରାନ୍ସଫର୍ମର ବସିଲା
ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ପଞ୍ଚାୟତ ଶ୍ରୀବନ୍ତପୁର ଗ୍ରାମରେ ୨୫କେ.ଭି ଭୋଲଟେଜର ନୂତନ ଟ୍ରାନ୍ସଫର୍ମର ବସାଯାଇଛି । ଏହାକୁ ଜିଲ୍ଲା ପରିଷଦ ସଭ୍ୟା ରେବତୀ ନାୟକ ଉଦ୍ଘାଟନ କରିଥିଲେ । ଏହି ଅବସରରେ ସରପଞ୍ଚ କୃପାସିନ୍ଧୁ ସେଠୀ, ଲାଇନ ମ୍ୟାନ୍ ସନ୍ତୋଷ କୁମାର ସାହୁ, ୱାର୍ଡ ସଭ୍ୟା ସୁମତୀ ଜେନା, କୁଶଧ୍ୱଜ ଜେନା, କୌଶିକ ଜେନା, ଗୌରହରି ଜେନା, ଦୀଲିପ ଜେନା, ରମାକାନ୍ତ ଜେନା, ଭୀମସେନ ସାହୁ, ରତିକାନ୍ତ ବାରିକ, ଶତୃଘ୍ନ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ଗ୍ରାମରେ ଦୀର୍ଘ ଦିନ ହେବ ଲୋଭୋଲଟେଜ ସମସ୍ୟା ଲାଗି ରହିଥିବା ବେଳେ ନୂତନ ଟ୍ରାନ୍ସଫର୍ମର ଲାଗିବା ଫଳରେ ସମସ୍ୟାର ସମାଧାନ ହେବ ବୋଲି ଜଣାଯାଇଛି ।