ଶ୍ରୀବନ୍ତପୁର-ଚାଇଁପୁର ମା’ତାରିଣୀଙ୍କ ଶକ୍ତିପୀଠରେ ବାର୍ଷିକ ମହାଯଜ୍ଞ ଓ କଳସ ଯାତ୍ରା

ବନ୍ତ (ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ବ୍ଲକ ଶ୍ରୀବନ୍ତପୁର-ଚାଇଁପୁରସ୍ଥିତ ମା’ତାରିଣୀଙ୍କ ଶକ୍ତିପୀଠରେ ରବିବାର ଠାରୁ ଏକାଦଶ ବାର୍ଷିକ ମହାଯଜ୍ଞ ଓ କଳସ ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ୩ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମର ପ୍ରଥମ ଦିବସରେ ୩୮୦ ଜଣ ମହିଳା ଶ୍ରୀବନ୍ତପୁର ଗ୍ରାମ୍ୟ ପୁଷ୍କରିଣୀରୁ କଳସ ଆଣିବା ପରେ ଘଟସ୍ଥାପନା କରାଯାଇଥିଲା । ଟିଲୋ ବଡସାହି ଗ୍ରାମର ଯାଦବାନନ୍ଦ ବିଶ୍ୱାଳ ଓ ଆରତି ବିଶ୍ୱାଳ ମୁଖ୍ୟ କଳସ ଧାରଣ କରିଥିଲେ । ପରେ ସୂର୍ଯ୍ୟପୂଜା, ଗୋପୂଜା କରାଯାଇ ଯଜ୍ଞ ଆରମ୍ଭ ଓ ପୁଷ୍ପାଞ୍ଜଳୀ ପ୍ରଦାନ କରାଯାଇଥିଲା । ପୂର୍ବାହ୍ନ ୧୨ଟା ଠାରୁ ରାତି ୯ଟା ପର୍ଯ୍ୟନ୍ତ ଆନନ୍ଦବଜାର ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ସନ୍ଧ୍ୟାରେ ଶହ ଶହ ପ୍ରଦୀପ ପ୍ରଜ୍ଜେ୍ୱାଳନ କରାଯାଇଛି । ୨ୟ ଦିବସରେ ଗୋପୂଜା, ସୂର୍ଯ୍ୟପୂଜା, ଚଣ୍ଡିପାଠ, ଷୋଡଶ ଉପଚାର ପୂଜା ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ ହେବାକୁ ଥିବା ବେଳେ ଉଦ୍ଯାପନୀ ଦିବସରେ ମହାମୃତ୍ୟୁଞ୍ଜୟ ପୂଜା, ଷୋଡଶ ଉପଚାର ପୂଜା, ଚଣ୍ଡିପାଠ, ପୁଷ୍ପାଞ୍ଜଳୀ, ପ୍ରସାଦ ସେବନ ଓ ମଧ୍ୟାହ୍ନରେ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ପୂଜା କାର୍ଯ୍ୟରେ ପଣ୍ଡିତ ଝୁଲୁ ପଣ୍ଡା, ଗଂଗାଧର ତିଆଡି, ଯୋଗାନନ୍ଦ ପଣ୍ଡା, ବୁଦ୍ଧଦେବ ଦାଶ, ଶିବାନନ୍ଦ ପଣ୍ଡା, ଅଜୟ ମିଶ୍ର, ସ୍ୱରୂପାନନ୍ଦ ପଣ୍ଡା, ସଂଦୀପ୍ତ ପାଢୀ ପ୍ରମୁଖ ପୂଜକ ଭାବେ ଦାୟୀତ୍ୱ ତୁଲାଉଛନ୍ତି । ସେହିପରି ପୂଜା କାର୍ଯ୍ୟରେ ସେବକ ଭାବେ ନୃସିଂହ ଚରଣ ସାହୁ, ମହେଶ୍ୱର ଜେନା, ବୁଲୁ ମହାପାତ୍ର, ଗିରିଧାରୀ ଜେନା, କାଳନ୍ଦି ପରିଡା, କୁଶଧ୍ୱଜ ଜେନା, ପମି ବାରିକ, ବିଦ୍ୟାଧର ଜେନା ପ୍ରମୁଖ ଦାୟୀତ୍ୱ ସମ୍ପାଦନ କରୁଛନ୍ତି । ଏହି ଅବସରରେ ପ୍ରଥମ ଦିବସରେ ବସନ୍ତିଆ ସେବା ସମବାୟ ସମିତିର ସଭାପତି ବସନ୍ତ କୁମାର ବେହେରା ଓ ୨ୟ ଦିବସରେ ମନହରପୁର ଗ୍ରାମର ଶିକ୍ଷୟିତ୍ରୀ ସ୍ୱର୍ଣ୍ଣଲତା ଜେନାଙ୍କ ପକ୍ଷରୁ ଆନନ୍ଦବଜାର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । କାର୍ଯ୍ୟକ୍ରମରେ ଉତ୍ସବ କମିଟିର ସଭାପତି କୁଳମଣି ସାହୁ, ସଂପାଦକ ଉଚ୍ଛବ ନାୟକ, ସଭ୍ୟ ରମେଶ ଜେନା, ଜ୍ଞାନେନ୍ଦ୍ର ମଲ୍ଲିକ, ଦାମୋଦର ଜେନା, ଦୁର୍ଗା ଚରଣ ତ୍ରିପାଠୀ, ଶ୍ରୀଧର ଜେନା, ଗଣେଶ ନାୟକ, ଉପଦେଷ୍ଟା ମିନତୀ ସେଠୀ, ପଞ୍ଚାନନ ଜେନା, ଅକ୍ଷୟ ଜେନା, ଅଶୋକ ଦାସ, ରମାକାନ୍ତ ଜେନା, ସତ୍ୟବ୍ରତ ଜେନା, ନାରାୟଣ ମହାପାତ୍ର, ଶତୃଘ୍ନ ଜେନା, ରାଜେନ୍ଦ୍ର ଜେନା ପ୍ରମୁଖ ସହାୟତା କରୁଛନ୍ତି । ଏଥିରେ ଶ୍ରୀବନ୍ତପୁର, ଚାଇଁପୁର, ବନ୍ତ, ଆପଣ୍ଡା, ବରକୋଣା, ବସନ୍ତିଆ, ଧନିଓଝା, ଅଜାଣଗଢିଆ, ଜାମତୀରା, ମଧୁରଗଢିଆ, ଓରାଳି ଆଦି ଗ୍ରାମ ସମେତ ଭଦ୍ରକ, କେନ୍ଦୁଝର ଓ ବାଲେଶ୍ୱର ଆଦି ଜିଲ୍ଲାରୁ ଶହ ଶହ ଭକ୍ତ ଯୋଗ ଦେଉଥିବାର ଦେଖାଯାଇଛି । ପ୍ରତ୍ୟେହ ସଂଧ୍ୟାରେ ଭଜନ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ