ଶ୍ରୀବଳଦେବଜୀଉଙ୍କ କଲ୍ୟାଣ ମଣ୍ଡପକୁ ଶ୍ରୀଜୀୟୁଙ୍କ ଦେବୋତ୍ତର ଟ୍ରଷ୍ଟ ବୋର୍ଡକୁ ହସ୍ତାନ୍ତର ପାଇଁ ଦେବୋତ୍ତର ବିଭାଗର ନିର୍ଦେଶ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଇଛାପୁରସ୍ଥିତ ଶ୍ରୀବଳଦେବଜୀୟୁଙ୍କର ସାନ୍ତସାହି ଠାରେ ନିର୍ମିତ କଲ୍ୟାଣ ମଣ୍ଡପକୁ କେନ୍ଦ୍ରାପଡା ପୈାର ପରିଷଦ ପରିବର୍ତ୍ତେ ଶ୍ରୀବଳଦେବଜୀୟୁ ମନ୍ଦିର ଦେବୋତ୍ତର ଟ୍ରଷ୍ଟ ବୋର୍ଡକୁ ହସ୍ତାନ୍ତର କରାଯିବାକୁ ରାଜ୍ୟ ଦେବୋତ୍ତର ବିଭାଗର ଡେପୁଟୀ କମିଶନର କେନ୍ଦ୍ରାପଡା ପୂର୍ତ୍ତ ଡିଭିଜନ- ୧ର ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦେଶ ଦେଇଛନ୍ତିି । ଏଠାରେ ସୂଚନା ଯୋଗ୍ୟ ଯେ ଶ୍ରୀଜୀୟୁଙ୍କ ସ୍ଥିତିବାନ ଜମି ଉପରେ କେନ୍ଦ୍ରାପଡା ସହରର ସାନ୍ତସାହି ଠାରେ ନିର୍ମିତ୍ତ ଶ୍ରୀବଳଦେବଜୀୟୁଙ୍କ କଲ୍ୟାଣ ମଣ୍ଡପକୁ ଜିଲ୍ଲା ପ୍ରଶାସନ କିଛି ଦିନ ପୂର୍ବରୁ କେନ୍ଦ୍ରାପଡା ପୈାର ପରିଷଦକୁ ହସ୍ତାନ୍ତର କରିଦେବାକୁ ନିର୍ଦେଶ ଦେଇଥିଲା । ଏଭଳି ଘଟଣାକୁ ନେଇ ସେତେବେଳେ ଶ୍ରୀଜୀୟୁଙ୍କ ସେବାୟତ, ଟ୍ରଷ୍ଟବୋର୍ଡ ସଦସ୍ୟ, ବଳଦେବ ସେନା ଓ ଶ୍ରୀଜୀୟୁଙ୍କ ଭକ୍ତ ଓ ଶ୍ରଦ୍ଧାଳୁମାନେ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ଜିଲ୍ଲା ପ୍ରସାଶନର ଏଭଳି ବେଆଇନ ନିର୍ଦେଶ ବିରୋଧରେ ରାଜ୍ୟ ଦେବୋତ୍ତର ବିଭାଗ ସମେତ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଏସବୁ ଘଟଣା ସମ୍ପର୍କରେ ରାଜ୍ୟ ଦେବୋତ୍ତର ବିଭାଗ ଅବଗତ ହେବା ପରେ କେନ୍ଦ୍ରାପଡା ପୂର୍ତ୍ତ ଡିଭିଜନ-୧ର ନିର୍ବାହୀ ଯନ୍ତ୍ରୀଙ୍କୁ ଏକ ପତ୍ର ଲେଖି ଏଭଳି ବେଆଇନ ଓ ଆଇନ ବିରୋଧୀ କାର୍ଯ୍ୟ ନକରିବାକୁ ନିର୍ଦେଶ ଦେଇଛନ୍ତି । ଏଥିସହିତ ଶ୍ରୀଜୀୟୁଙ୍କ ସେହି କଲ୍ୟାଣ ମଣ୍ଡପକୁ ଶ୍ରୀବଳଦେବଜୀୟୁ ମନ୍ଦିର ଦେବୋତ୍ତର ଟ୍ରଷ୍ଟ ବୋର୍ଡ ବିନା ଅନ୍ୟ କୈାଣସି ସଂସ୍ଥାକୁ ହସ୍ତାନ୍ତର ନକରିବାକୁ ପତ୍ର ସଂଖ୍ୟା -୧୦୨୫୬ ତା ୯.୧୨.୨୦୨୨ରିଖରେ ଦେବୋତ୍ତର ବିଭାଗର ଡେପୁଟୀ କମିଶନର ନିର୍ଦେଶ ଦେଇଥିବା ଜଣାପଡିଛି ।


