ଶ୍ରୀବଳଦେବଜୀଉଙ୍କ ଜନ୍ମଦିନରେ ଦର୍ଶନ କଲେ ସାଂସଦ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ପବିତ୍ର ଜନ୍ମଦିନ ଅବସରରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଶ୍ରୀଜୀଉଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି । ଏଥିସହିତ କେନ୍ଦ୍ରାପଡା ସଂସଦୀୟ ଅଞ୍ଚଳର ସମସ୍ତ ଜନସାଧାରଣଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ । ଦର୍ଶନ ସାରିବା ପରେ ସାଂସଦ ଶ୍ରୀ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇ କହିଲେ ପବିତ୍ର ରାକ୍ଷୀପୂର୍ଣ୍ଣିମାରେ ମୁଁ ମୋର ସଂସଦୀୟ କ୍ଷେତ୍ରର ଜନସାଧାରଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ମଙ୍ଗଳ କାମନା କରିଛି । ଏହାପରେ ସେ କହିଲେ ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ ଦଳକୁ ମଜଭୁତ କରିବାକୁ ପଡିବ । ଏହାସହ କର୍ମୀମାନଙ୍କୁ ଅଧିକ ସଂଗଠିତ ହୋଇ କାର୍ଯ୍ୟ କରିବାକୁ ପଡିବ । ଯାହା ଫଳରେ ସବୁ ପଞ୍ଚାୟତରେ ବିଜେଡି ଏହାର ଦବଦବା ବଜାୟ ରଖିବ । ଏହି କାର୍ଯ୍ୟକ୍ରମରେ ସାଂସଦଙ୍କ କେନ୍ଦ୍ରାପଡା ପୈାରାଞ୍ଚଳ ପ୍ରତିନିଧି ରଞ୍ଜିତ ସାହୁ, ମହାକାଳପଡା ପ୍ରତିନିଧି ପ୍ରତାପ ଚନ୍ଦ୍ର ଦାସ, ଛାତ୍ର ବିଜେଡି ଜିଲ୍ଲା ସଭାପତି ପ୍ରଦିପ କୁମାର ସାହୁ, ଯୁବ ନେତା ଲେଲିନ ସ୍ୱାଇଁ, ବିଜେଡି ଜିଲ୍ଲା ଯୁବ ସମ୍ପାଦକ ମହେଶ ପାଢୀ, ରଞ୍ଜନ କୁମାର ସାହୁ, ଦେବାଶିଷ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ