ଶ୍ରୀବିଗ୍ରହଙ୍କ ଚକା ବିଜେ

ପୁରୀ: ଅଣସରରେ ଅସୁସ୍ଥ ଶ୍ରୀବିଗ୍ରହଙ୍କ ଉପଚାର ଚାଲିଛି । ଚଳିତ ବର୍ଷ ଦଶମୀ ତିଥି ଦୁଇ ଦିନ ପଡ଼ିଥିବାରୁ ଓଷ ଲାଗି ନୀତି ବିଳମ୍ବିତ ରାତିରେ ଶେଷ ହୋଇଛି । ଶ୍ରୀ ବିଗ୍ରହ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ଆଜି ଠାକୁରଙ୍କ ଚକାବିଜେ ନୀତି ସମ୍ପନ୍ନ କରିବେ ଦଇତାପତି ସେବକ । ପ୍ରଭୁଙ୍କ ଚକାବିଜେ ସବୁଠାରୁ କଷ୍ଟକର ଅଣସର ସେବା ବୋଲି ଦଇତାପତି ସେବକ କହିଛନ୍ତି । ଚକାବିଜେ ପରେ ଏକାଦଶୀ ତିଥିରେ ଶୁଦ୍ଧ ସୁଆର ସେବକଙ୍କ ଦ୍ୱାରା ପ୍ରସ୍ତୁତ ଖଳ ଓଷ ଶ୍ରୀବିଗ୍ରହଙ୍କୁ ଲାଗି ହେବ । ପ୍ରଭୁଙ୍କ ଅଣସରବାସର ତୃତୀୟା ତିଥିରେ ଦଇତାପତି ସେବକ ଶ୍ରୀଅଙ୍ଗରୁ ଓଦାବସ୍ତ୍ର ଖୋଲିଥିଲେ । ଚତୁର୍ଥୀରେ ଶ୍ରୀଅଙ୍ଗା ଫିଟା, ପଞ୍ଚମୀରେ ଫୁଲୁରୀ ତେଲ ଲାଗି ହୋଇଥିଲା । ଦଶମୀ ପର୍ଯ୍ୟନ୍ତ ଓଷ ଲାଗି ଚାଲିଥିଲା । ମହାପ୍ରଭୁଙ୍କ ଉପଚାର ପାଇଁ ରାଜବୈଦ୍ୟଙ୍କ ବାସଭବନରୁ ମୋଦକ ଔଷଧି ବଡ଼ଦେଉଳକୁ ବିଜେ କରିବ । ଏକାଦଶୀ ତିଥିରେ ମହାପ୍ରଭୁଙ୍କ ସର୍ବାଙ୍ଗ ପରେ ମୋଦକାଦି ଔଷଧୀ ଲାଗି ଏବଂ ଶୁଦ୍ଧ ସୁଆରଙ୍କ ବାସଭବନରୁ ଆସିଥିବା ଖଳି ଲାଗି କରାଯିବ । ଦ୍ୱାଦଶୀ ତିଥିରେ ରାଜପ୍ରସାଦ ବିଜେ ନୀତି ସମ୍ପାଦନ କରାଯିବ ବୋଲି ଦଇତାପତି ସେବକ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ