ଶ୍ରୀମଦ ଭାଗବତ କଥା ମହୋତ୍ସବ ଉଦ୍ଯାପିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଶ୍ରୀମଦ୍ ଭାଗବତ ଦିବ୍ୟ ଚେତନା ସଂସ୍ଥାନ ପକ୍ଷରୁ ସ୍ଥାନୀୟ ମା’ ବରଦେଇ ମନ୍ଦିର ପରିସରରେ ଗତ ୨୦ତାରିଖ ଠାରୁ ଆରମ୍ଭ ହୋଇଥିବା ଶ୍ରୀମଦ୍ ଭାଗବତ କଥା ମହୋତ୍ସବ ଆଜି ଉଦ୍ଯାପିତ ହୋଇଯାଇଛି । ପ୍ରଥମ ଦିନ ଉଦ୍ଘାଟନ ଉତ୍ସବରେ ଫକୀରମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଡଃ କୁମରବର ଦାସ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ଖୋର୍ଦ୍ଧାର ପୂର୍ବତନ ବିଧାୟକ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ । ସେହିପରି ମହୋତ୍ସବରେ ବ୍ୟାସ ଭାବରେ ବାବାଜୀ ଅମୃତାନନ୍ଦ ଦାସ ମହାରାଜ ନିଜର ପ୍ରବଚନର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମ ପରିଶେଷରେ ମୁଖ୍ୟ ଆୟୋଜକ ଶ୍ରୀ ପ୍ରଦୀପ କୁମାର ରାଉତରାୟ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଅନ୍ୟାନ୍ୟ ବିଭିନ୍ନ ଦିବସରେ ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ, ସ୍ଥାନୀୟ କର୍ପୋରେଟର ପଦ୍ମଜା ପ୍ରିୟଦର୍ଶିନୀ ଜେନା, ଡେପୁଟି ମେୟର ମଞ୍ଜୁଲତା କଅଁର, ଭୁବନେଶ୍ୱର ଆଥଲେଟିକ ଆସୋସିଏସନର ସମ୍ପାଦକ ସୌର୍ଯ୍ୟରଞ୍ଜନ ପରିଜା ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଉଦ୍ଯାପନ ଦିବସରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ଡଃ ହରେକୃଷ୍ଣ ଶତପଥୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଭୁବନେଶ୍ୱର-ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା, ଚାଟାର୍ଡ଼ ଆକାଉଣ୍ଟାଣ୍ଟ ଶ୍ରୀଯୁକ୍ତ ରାଜୀବ ଶେଖର ସାହୁ, ସମ୍ମାନିତ ଅତିଥି ଭାବେ ଅରୁଣ କୁମାର ସାହୁ, ନଟବର ସାମନ୍ତରାୟ ପ୍ରମୁଖ ଯୋଗଦାନ କରିଥିଲେ । ଏହି ଅବସରରେ ଦିବାକର ଜେନା, ବାବୁଲି ବଳବନ୍ତରାୟ, ମନୋରଞ୍ଜନ ଖୁଣ୍ଟିଆ, ମନୋଜ କୁମାର ବେହେରା, କିଶୋର ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ବ୍ୟକ୍ତିଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ସହ ବ୍ୟାସ ଅମୃତାନନ୍ଦ ଦାସ ମହାରାଜଙ୍କୁ ତାଙ୍କର ୭ ଦିନ ବ୍ୟାପୀ ପ୍ରବଚନ ପାଇଁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ମୁଖ୍ୟ ଆୟୋଜକ ଶ୍ରୀ ପ୍ରଦୀପ କୁମାର ରାଉତରାୟ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।