ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତି
ପୁରୀ- ଗୁରୁବାର ସୂର୍ଯ୍ୟେ।ପର।ଗ ପଡୁଥୁବାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି । ବୁଧବାର ରାତି ସାରା ଶ୍ରୀମନ୍ଦିର ଖୋଲା ରହିବ । ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ ମୁତାବକ, ୨୫ ତାରିଖ ରାତି ୮ଟା ୨୦ରୁ ପାକ୍ ତ୍ୟାଗ ଓ ଦେବ ନୀତି ନିଷିଦ୍ଧ ହେବ। ଆସନ୍ତା ୨୬ ତାରିଖରେ ସକାଳ ୮ଟା ୨୦ ମିନିଟ୍ ୮ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ହେବ । ଗ୍ରହଣ ସ୍ପର୍ଶ ପରେ ଶ୍ରୀମନ୍ଦିରରେ ଗ୍ରହଣ ମହାସ୍ନାନ, ତଡ଼ପ ମଇଲମ ବେଶ, ମଙ୍ଗଳ ଆଳତି, ଅବକାଶ, ରୋଷ ହୋମ, ସୂର୍ଯ୍ୟପୂଜ।, ଦ୍ବାରପାଳ ପୂଜା ଅନୁଷ୍ଠିତ ହେବ। ଏହା ପରେ ଗୁରୁବାର ମାଜଣା ଓ ଏକାନ୍ତ ଆଦି ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ। ତେବେସୂର୍ଯ୍ୟେ।ପର।ଗ ପାଇଁ ୨୫ ତାରିଖ ରାତି ସାରା ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ମିଳିପାରିବ ।


