ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୩୩୧ କୋଟି
ଭୁବନେଶ୍ୱର, (ୱାଇଏନ୍ଏସ୍): ଅବଢା ଯୋଜନା ମାଧ୍ୟମରେ ଐତିହ୍ୟ ସହର ପୁରୀ ଠାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ଲାଗି ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ କ୍ୟାବିନେଟ୍ ଟାଟା ପ୍ରୋଜେକ୍ଟ ଲିମିଟେଡ୍ ର ୩୩୧ କୋଟି ୨୮ ଲକ୍ଷ ୧୮ ହଜାର ୮୬୫ କୋଟି ଟଙ୍କାର ଟେଣ୍ଡରକୁ ଅନୁମୋଦନ କରିଛନ୍ତି । ଏହି କାର୍ଯ୍ୟ ୧୮ ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।