ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥର ଶୁଭାରମ୍ଭ କଲେ ବିଧାୟକ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ କେନ୍ଦୁଆପଦା ପଞ୍ଚାୟତରେ ବିଧାୟକ ପ୍ରଫୁଲ୍ଲ ସାମଲ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥର ଶୁଭାରମ୍ଭ କରିଛନ୍ତି । ଚଳିତ ମାସ ୧୭ ତାରିଖ ଦିନ ଲୋକାର୍ପିତ ହେବାକୁ ଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପୂର୍ବରୁ ସାଧାରଣ ଲୋକଙ୍କ ନିକଟରେ ଏହି ବାର୍ତ୍ତା ପହଞ୍ଚାବା ନିମନ୍ତେ ରାଜ୍ୟ ସରକାର ବଳିଷ୍ଠ ପଦକ୍ଷେପ ନେଇଛନ୍ତି ବୋଲି ବିଧାୟକ ପ୍ରଫୁଲ୍ଲ ସାମଲ କହିଥିଲେ । ଏହି ଅବସରରେ ଏକ ସୁସଜ୍ଜିତ ରଥକୁ ପଞ୍ଚାୟତର ପଛତୀରା ଗ୍ରାମରେ ନଗର ସଂକୀର୍ତ୍ତନ ସହ ବନ୍ଦାପନା କରାଯିବା ପରେ ଡିହସାହି ଗ୍ରାମ ପରିକ୍ରମା କରିଥିଲା । ପ୍ରତ୍ୟେକ ଘରୁ ଗୁଆ ଓ ଅରୁଆ ଚାଉଳ ସଂଗ୍ରହ କରାଯାଇଥିଲା । କାର୍ଯ୍ୟକ୍ରମରେ ବ୍ଲକ ବିଜେଡି ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି, ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ରବିନ୍ଦ୍ର ଦାସ, ପଞ୍ଚାୟତ ବିଜେଡି ସଭାପତି ବିଜୟ ଖଟୁଆ, ବ୍ଲକ୍ ଉପାଧ୍ୟକ୍ଷା ପ୍ରଗତିବାଳା ସ୍ୱାଇଁ, କେନ୍ଦୁଆପଦା ସେବା ସମବାୟ ସମିତି ସଭାପତି ଜୟନ୍ତ କୁମାର ସାମଲ, ଯୁବନେତା ଯୋଗେନ୍ଦ୍ର ସାହୁ ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଭ୍ୟାମାନେ ଉପସ୍ଥିତ ଥିଲେ । ଏହି ରଥକୁ ବିଭିନ୍ନ ସ୍ଥାନରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଉଥିବାର ଦେଖାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ