ଶ୍ରୀମନ୍ଦିର ଭିତରେ ବିଧିରକ୍ଷା, ସନ୍ଧ୍ୟାରେ ନୀତି ନିଷ୍ପତ୍ତି ପାଇଁ ଆଲୋଚନା

ଭୁବନେଶ୍ୱର: ରଥଯାତ୍ରା ସମ୍ପର୍କିତ ନୀତି ସମ୍ପର୍କରେ ଆଜି ସନ୍ଧ୍ୟାରେ ନିଷ୍ପତ୍ତି ନିଆଯିବ । ଆଜି ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଏହା କହିଛନ୍ତି ଗଜପତି ମହାରାଜା । ଏ ବର୍ଷ ରଥଯାତ୍ରା ବନ୍ଦ ପାଇଁ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶ ପ୍ରସଙ୍ଗରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଗଜପତି ମହାରାଜା କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପୂର୍ଣ୍ଣମାତ୍ରାରେ ପାଳନ କରାଯିବ । ବାହାରେ ରଥଯାତ୍ରା ହୋଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି । ସେହିହେତୁ ଏ ବର୍ଷ ଗୁଣ୍ଡିଚା, ବାହୁଡ଼ା, ସୁନାବେଶ ବର୍ତ୍ତମାନ ସମ୍ଭବ ନୁହେଁ । ଏ ବର୍ଷ ଅଧରପଣା, ନୀଳାଦ୍ରିବିଜେ ମଧ୍ୟ ସମ୍ଭବ ନୁହେଁ । କରୋନା ପାଇଁ ଅତ୍ୟନ୍ତ ଦୁଃଖର ସହ ଏ ନିଷ୍ପତ୍ତି ନିଆଯାଇଛି । ମନ୍ଦିର ଭିତରେ ପରମ୍ପରା, ଶାସ୍ତ୍ର ସମ୍ମତ ବ୍ୟବସ୍ଥା ସ୍ଥିର କରିବାକୁ ନିଷ୍ପତ୍ତି ନିଆଯାଇଛି । ଆଜି ସନ୍ଧ୍ୟାରେ ଛତିଶା ନିଯୋଗ ପ୍ରତିନିଧିଙ୍କ ବୈଠକ ବସିବ । କ’ଣ କେମିତି କରାଯାଇ ପାରିବ ସମସ୍ତଙ୍କ ସହ ଆଲୋଚନା ହେବ । ଶ୍ରୀମନ୍ଦିର ଭିତରେ କେମିତି ବିଧି ରକ୍ଷା ହେବ ସେନେଇ ଆଜି ସନ୍ଧ୍ୟାରେ ନିଷ୍ପତ୍ତି ନିଆଯିବ ବୋଲି ଆଶା ରହିଛି । ନିଷ୍ପତ୍ତି ପରେ ଶନିବାର ସକାଳେ ଶଙ୍କରାଚାର୍ଯ୍ୟଙ୍କ ପାଖକୁ ଯିବୁ । ଶଙ୍କରାଚାର୍ଯ୍ୟଙ୍କ ପାଖରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଗଜପତି ମହାରାଜା କହିଛନ୍ତି । ଏହାଛଡ଼ା ରେକର୍ଡ ଅଫ ରାଇଟ୍ସ ଛାଡ଼ି ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ଜରୁରୀ ହୋଇଛି ବୋଲି ସେ କହିଛନ୍ତି ।
ପୁରୀ ରଥଯାତ୍ରା ବନ୍ଦ କରିବା ନେଇ ସୁପ୍ରିମକୋର୍ଟଙ୍କ ରାୟ ପ୍ରସଙ୍ଗରେ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ୟ୍ୟ ଜଗଦ୍‌ଗୁରୁ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ଶୁକ୍ରବାର ପ୍ରତିକ୍ରିୟା ରଖି କହିଥିଲେ ଯେ, ବିଭୀଷିକା ସମୟରେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ସୁପ୍ରିମକୋର୍ଟଙ୍କ ରାୟ ସ୍ବାଗତଯୋଗ୍ୟ। ତଥାପି ଅତ୍ୟାବଶ୍ୟକ ବ୍ୟକ୍ତିଙ୍କ ଦ୍ବାରା ଶାସ୍ତ୍ରସମ୍ମତ, ପରମ୍ପରାପ୍ରାପ୍ତ, ପୁନର୍ବିଚାର ଦ୍ବାରା ଦୂରଦର୍ଶିତାପୂର୍ଣ୍ଣ ନିଷ୍ପତ୍ତିକୁ ଅପେକ୍ଷା ରହିଛି ବୋଲି ଶଙ୍କରାଚାର୍ୟ୍ୟ କହିଛନ୍ତି। ଏହାଦ୍ବାରା ରଥାରୁଢ଼ ଜଗନ୍ନାଥଙ୍କୁ ଭକ୍ତମାନେ ଦର୍ଶନ କରିପାରିବେ ବୋଲି ସେ କହିଥିଲେ । ପ୍ରକାଶ ଯେ,ଚଳିତ ବର୍ଷ ପୁରୀ ରଥଯାତ୍ରା ନେଇ ସୁପ୍ରିମକୋର୍ଟ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଏ ବର୍ଷ ପାଇଁ ରଥଯାତ୍ରାକୁ ସୁପ୍ରିମକୋର୍ଟ ବନ୍ଦ କରିଛନ୍ତି । ଏ ବର୍ଷ ରଥଯାତ୍ରା ହୋଇପାରିବ ନାହିଁ ବୋଲି ସୁପ୍ରମିକୋର୍ଟ କହିଛନ୍ତି । ଲୋକଙ୍କ ସୁରକ୍ଷା ଓ ଜନସ୍ୱାର୍ଥ ପାଇଁ ପାଇଁ ରଥଯାତ୍ରାକୁ ବନ୍ଦ ରଖାଯାଇଥିବା ସୁପ୍ରମିକୋର୍ଟ କହିଛନ୍ତି । କେବଳ ପୁରୀ ନୁହେଁ ଓଡ଼ିଶାର କେଉଁ ସ୍ଥାନରେ ବି ରଥଯାତ୍ରା ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ