ଶ୍ରୀମନ୍ଦିର ର ଚାରିପାଖେ ହେବ ନୋ ପାର୍କିଙ୍ଗ ଜୋନ;ଜିଲ୍ଲା ପ୍ରଶାସନ

(ଯୁଗାବ୍ଦ ନ୍ୟୁଜ )ଶ୍ରୀ ମନ୍ଦିରର ଚାରିପାଖ କୁ ନୋ ପାର୍କିଂ ନୋ ଭେଣ୍ଡିଙ୍ଗ ଜୋନ କରିବା ପାଇଁ ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସକ । ଶ୍ରଦ୍ଧାଳୁ ମାନଙ୍କ ସଂଖ୍ୟା ବୃଦ୍ଧି ହେଉଥିବା ଯୋଗୁଁ ଓ ସେମାନେ କିପରି ଭାବେ ଶାନ୍ତି ଶୃଙ୍ଖଳା ର ସହ ଦର୍ଶନ କରିବେ ସେଥିପାଇଁ ତତ୍ପର ହୋଇ ଉଠିଛନ୍ତି ବିଭାଗୀୟ ଅଧିକାରୀ । ଜିଲ୍ଲା ପ୍ରଶାସନ କହିବା କଥା ଶ୍ରୀ ମନ୍ଦିର କାର୍ଯାଳୟ ଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ୱାନ ୱେ ଟ୍ରାଫିକ କରାଯିବ । ଏହା ସହିତ ୱାନ ୱେ ଟ୍ରାଫିକ ରେ କୌଣସି ଉଠା ଦୋକାନୀ ବସିପାରିବେ ନାହିଁ ବୋଲି ନିଷ୍ପତି ନିଆଯାଇଛି । ଅନ୍ୟପଟେ ସିଂହ ଦ୍ୱାର ସମ୍ମୁଖ ଓ ମନ୍ଦିର ଚାରିପାଖେ ଚାରି ଚକିଆ ଓ ଦୁଇ ଚକିଆ ଗାଡି ପାର୍କିଂ ହେବ ନାହିଁ କେବଳ ସେବାୟତ ମାନଙ୍କ ପାଇଁ ମନ୍ଦିର ନିକଟରେ ପାର୍କି ସୁବିଧା ରହିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ