ଶ୍ରୀମାନ ଶ୍ରୀ ଅରବିନ୍ଦ ଯୋଗ ସାଧନା କେନ୍ଦ୍ରର ବାର୍ଷିକ ଉତ୍ସବ

ବଡ଼ସାହି,(ନିରଞ୍ଜନ ମହାନ୍ତ): ବିଜିପୁର ମାନଗୋବିନ୍ଦ ପୁର ମାଣତ୍ରୀ ମୟୂରଭଞ୍ଜ ସ୍ଥିତ ଶ୍ରୀମା ଶ୍ରୀଅରବିନ୍ଦ ଯୋଗ ସାଧନା କେନ୍ଦ୍ର ପ୍ରଥମ ବାର୍ଷିକ ଉତ୍ସବ ଆଧ୍ୟାତ୍ମିକ ଚେତନା ସହ ସଂସାର ର କଲ୍ୟାଣ ,ସାମାଜିକ ସଦଭାବନା ସୃଷ୍ଟି ସାଧନ ନିମନ୍ତେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଯୋଗ ଶିକ୍ଷା,ମାତୃପାତାକା ଉତ୍ତୋଳନ ସହ ମାତୃଵନ୍ଦନା, ଦୂର୍ଗା ସ୍ରୋତ ପଠନ ସହିତ ପ୍ରଦୀପ ପ୍ରଜ୍ଜ୍ୱଳନ କରି ବାର୍ଷିକ ଉତ୍ସବ ର ଶୁଭାରମ୍ଭ କରାଯାଇଥିଲା। ଡାକ୍ତର କିଶୋର ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏଥିରେ ମୂଖ୍ୟ ଅତିଥି ରୂପେ ବରିଷ୍ଠ ଶିକ୍ଷକ ତଥା ଆଧ୍ୟାତ୍ମିକ ଚେତନା ର ଶ୍ରେଷ୍ଠ ବ୍ଯକ୍ତା ସମ୍ମାନୀୟ ଶ୍ରୀକାନ୍ତ ଜେନା , ଓ ତଥା ଦିବ୍ୟ ଚେତନା ର ଶ୍ରେଷ୍ଠ ବ୍ଯକ୍ତା ଭଵେନ୍ଦ୍ର ଭାଇ ବହୁମୂଲ୍ୟ ଦିଗଦର୍ଶନ ମୂଳକ ଅଭିଭାଷଣ ସମସ୍ତଙ୍କ ହୃଦୟକୁ ସ୍ଵାନ୍ତନା,ଆନନ୍ଦ ପ୍ରଦାନ କରିଥିଲା। ଏଥିରେ ମୂରଲୀ ଭାଇ,ଚିତ୍ତ ଭାଇ,ନନ୍ଦୀ ଭାଇ ଦ୍ଵିଲ୍ଲୀପ ଭାଇ,ପରେଶ ଦଳେଇ, ସର୍ବେଶ୍ଵର ଜେନା, କରୁଣାକର ମହାପାତ୍ର, ସନ୍ତୋଷ ଖଣ୍ଡା, ,ବାବୁ ପରିଡ଼ା ନୀଳକଣ୍ଠ ନାୟକ , ଅନିରୁଦ୍ଧ ରାଉତ,ମୋୖସୁମୀ,ଅନୀତା, ସବିତା,ସୁଜିତା , ଲାବଣ୍ୟ ତଥା ଦୂରଦୂରାନ୍ତରୁ ଆସିଥିବା ବହୁ ବିଦ୍ୱାନ ନିଜ ନିଜର ଅଭିଭାଷଣ ମନ୍ତ୍ରମୁଗ୍ଧ କରିଥିଲା ସମଗ୍ର ପରିବେଶକୁ।ଡ଼ା. ବିଜୟ ଆଚାର୍ଯ୍ୟ, ରଂଜିତ ନାୟକ ଗରିବଙ୍କୁ କମ୍ବଳ ବଣ୍ଟନ କରିଥିଲେ । ଶେଷରେ ସ୍ଵେଡନ ର
ଅସ୍ଥିଶଲ୍ୟ ବିଶେଷଜ୍ଞ ଡ଼ାକ୍ତର ରବିନାରାୟଣ ଦାସ
ନିଜର ରୋଗ ଓ ରୋଗୀ ସେବା ବିଷୟରେ ନିଜର ବହୁମୂଲ୍ୟ ଭାଷଣ ପ୍ରଦାନ କରିଥିଲେ ।
ସମସ୍ତଙ୍କୁ ପ୍ରସାଦ ସେବନ ସେବା ପ୍ରଦାନ ପରେ,
ବହୁ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଶ୍ରୀମା ଶ୍ରୀ ଅରବିନ୍ଦଙ୍କ ଜୀବନ ଦର୍ଶନ ସଂପର୍କ ରେ ଶିକ୍ଷା ଦେଇ ଆଦର୍ଶ ତଥା ଉତ୍ତମ ନାଗରିକ ସୃଷ୍ଟି ହେବା ନିମନ୍ତେ ଦିଗଦର୍ଶନ ଦିଆଯାଇଥିଲା।ବହୁ ଦୂରରୁ ଆସିଥିବା ଶ୍ରୀ ମା ଶ୍ରୀଅରବିନ୍ଦ ଅନୁଗାମୀ ଭାଇ ଅପା ମାନଙ୍କୁ ଧନ୍ୟବାଦ ସହ ମାତୃ ପତକା ଅବତରଣ କରି ଉତ୍ସବ ଶେଷ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ