ଶ୍ରୀମା ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ଜୟନ୍ତୀ ପାଳିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡାର ଗରାପୁରସ୍ଥିତ ବିଶ୍ୱ ଦିବ୍ୟଜୀବନ ସଙ୍ଘର ସ୍ରଷ୍ଟା ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କ ପଟ୍ଟଶିଷ୍ୟା ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ପରମ ଶିଷ୍ୟା ତଥା ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମ କେନ୍ଦ୍ରାପଡାର ସଭାପତି ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ୬୨ତମ ଜନ୍ମଜୟନ୍ତୀ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ପବିତ୍ର ସୀତାନବମୀ ଅବସରରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆଶ୍ରମର ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ସହଯୋଗରେ ମଙ୍ଗଳବାର ପ୍ରାତଃରୁ ସତସଙ୍ଗ, ନଗର ପରିକ୍ରମା, ଗୁରୁପାଦ ପୂଜା, ରୁଦ୍ରାଭିଷେକ କରାଯିବା ସହ ଶ୍ରୀବଳଦେବଜୀଉଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ପୂର୍ବାହ୍ନ ୧୦ଟାରେ ଡଃ. କାଳି ପ୍ରସନ୍ନ ଶତପଥୀଙ୍କ ଅଧ୍ୟକ୍ଷତାରେ ଶ୍ରୀମା’ଙ୍କର ଭାଗବତ ତଥା ସେବାନିଷ୍ଠ ଜୀବନଚର୍ଯ୍ୟା ଆଧାରିତ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ପ୍ରାଧ୍ୟାପକ ନନ୍ଦକିଶୋର ପରିଡା, ସାହିତ୍ୟିକ ଡଃ. ବାସୁଦେବ ଦାସ, ପ୍ରାଧ୍ୟାପକ ଭଗବାନ ପତ୍ରୀ, ପ୍ରାଧ୍ୟାପକ ଡଃ. ସର୍ବେଶ୍ୱର ସେଣ, ପ୍ରାଧ୍ୟାପକ ଅଜୟ କୁମାର ରାଉତ, ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ, ପୈାରାଧ୍ୟକ୍ଷା ସରିତା ସାହୁ, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଡଃ. ବଳରାମ ଲେଙ୍କା, ଜିଲ୍ଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦିପ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ଶ୍ରୀମାଙ୍କ ସାଧନା, ଆଧ୍ୟାତ୍ମିକ ଜୀବନଶୈଳୀ ତଥା ସେବାନିଷ୍ଠ ଜୀବନଚର୍ଯ୍ୟା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଆଶ୍ରମରୁ ପ୍ରକାଶିତ ଆଧ୍ୟାତ୍ମିକ ପୁସ୍ତକ ‘ଦିବ୍ୟ ଚେତନା’ ଓ ‘ମାତୃ କୃପାହିଁ କେବଳମ’ ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । କେନ୍ଦ୍ରାପଡାର ଅଗ୍ରଣୀ ଅନୁଷ୍ଠାନ ବଳଦେବ ସେନା ପକ୍ଷରୁ ଶ୍ରୀମାଙ୍କୁ ମାନପତ୍ର, ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ଏହାକୁ ବଳଦେବସେନାର ପପୁନ କୁମାର ସ୍ୱାଇଁ ଓ ଅମର କୁମାର ବାରିକ ପରିଚାଳନା କରିଥିଲେ । ଶ୍ରୀମାଙ୍କ ଜୟନ୍ତୀ ଅବସରରେ କେନ୍ଦ୍ରାପଡା ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା(ବାଳକ ବିଭାଗ)ପକ୍ଷରୁ ସେବା ଅଧିକାରୀ ଅଧ୍ୟାପକ ମୃତ୍ୟୁଞ୍ଜୟ ମହାନ୍ତି, ସ୍ୱେଛାସେବୀ ଶଶି ପ୍ରସାଦ ମହାରଣା ଓ ରାଜେନ୍ଦ୍ର ଲେଙ୍କାଙ୍କ ଦ୍ୱାରା ଆଶ୍ରମ ପରିସରରେ ବୃକ୍ଷରୋପଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଶ୍ରୀଧର କୁମାର ମହାନ୍ତି, ମନୋଜ କୁମାର ମହାନ୍ତି, ଗବେଷକ ନିରଞ୍ଜନ ମେକାପ, ଶ୍ରୀଧର ରାଉତ, ଶୈଳଜାଶଙ୍କର ସାମଲ, ଶରତ ଚନ୍ଦ୍ର ବରାଳ, ସ୍ନେହଲତା ପ୍ରଧାନ, ବୈଷ୍ଣବ ଚରଣ ବେହେରା, କେଦାର କୁମାର ସ୍ୱାଇଁ, ଆଇନଜୀବୀ ସଞ୍ଜୟ କୁମାର ଜେନା, ଗଗନ ସିଂହ, ପ୍ରଦୀପ୍ତ କୁମାର ମହାନ୍ତି, ପ୍ରାକ୍ତନ ସରପଞ୍ଚ ଗାୟତ୍ରୀ ମହାନ୍ତି ପ୍ରମୁଖ ଯୋଗଦେଇ ଶ୍ରୀମାଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ । ଶିବାନନ୍ଦ ଭଜନ ଗଙ୍ଗାର ସଂଗୀତଜ୍ଞ ସୁଶିଲ ସୂତାର, ସୈାଭାଗିନୀ ମହାପାତ୍ର, କୈଳାସ ରାଉତ, ଗୋଲଖ ବରାଳଙ୍କ ଦ୍ୱାରା ଶ୍ରୀମାଙ୍କ ରଚିତ ଭକ୍ତି ସଂଗୀତ ପରିବେଷଣ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମ ଆଶ୍ରମର ବ୍ରହ୍ମଚାରୀ ନୃସିଂହନାଥ ଦାସଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ଦୈା୍ରପଦୀ ରାଉତ, ସରୋଜ କୁମାର ମହାନ୍ତି, ଅନନ୍ତ ଲେଙ୍କା, ଶୈଳବାଳା ଦାଶ, ସୁପ୍ରଭା ପରିଡା, ଧୀରେନ୍ଦ୍ର ନାୟକ, ଶିବାନୀ, ଗୀତାଞ୍ଜଳୀ ସ୍ୱାଇଁ, ମଞ୍ଜୁଲତା ସ୍ୱାଇଁ ପ୍ରମୁଖଙ୍କ ଅନ୍ତେବାସୀମାନଙ୍କ ଦ୍ୱାରା ପରିଚାଳିତ ହୋଇଥିଲା । ଶେଷରେ ଶିକ୍ଷାବିତ ମନୋରଞ୍ଜନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ